ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୧୨ରୁ ଅଧିକ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ ବୈଠକ । ସନ୍ଧ୍ୟା 5ଟା 30 ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ । 12ରୁ ଅଧିକ ପ୍ରସ୍ତାବ କ୍ୟାବିନେଟ ମଞ୍ଜୁରୀ ପାଇବାର ସମ୍ଭାବନା ଅଛି । ତୃତୀୟ ଥର ପାଇଁ ରାଜ୍ୟ କୃଷି ପ୍ରାଣୀଧନ ବିପଣନ ଅଧ୍ୟାଦେଶକୁ ମିଳିବ କ୍ୟାବିନେଟ ମଞ୍ଜୁରୀ । ଓଏଏସ କ୍ୟାଡର୍‌ ପୁନର୍ଗଠନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିବା ସମ୍ଭାବନା ଅଛି ।

ସୂଚନା ଯୋଗ୍ୟ ଯେ, ଏହା ପୂର୍ବ କ୍ୟାବିନେଟକ ବୈଠକରେ  ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ସହ ରାଜ୍ୟ କ୍ୟାବିନେଟ୍ ଆଉ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା । ଯାଜପୁର ଓ ପୁରୀରେ ମେଡିକାଲ କଲେଜ୍ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍  ଅନୁମୋଦନ ଦେଇଛି । ଯାଜପୁରରେ ଶହେ ଶଯ୍ୟା ବିଶିଷ୍ଟ ନୂଆ ସରକାରୀ ମେଡିକାଲ କଲେଜ ହସ୍ପିଟାଲ ଏବଂ ପୁରୀରେ ୬୫୦ ଶଯ୍ୟାର ମେଡିକାଲ କଲେଜ ହସ୍ପିଟାଲ ନିର୍ମାଣ କରାଯିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଥିଲା ।

ଏହି ପ୍ରକଳ୍ପ ଲାଗି ୬୫୧ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଥିବା ବେଳେ ୩ ବର୍ଷରେ କାର୍ଯ୍ୟ ସରିବ । ଏହି ୨ଟି ମେଡିକାଲ କଲେଜ ନିର୍ମାଣ ହେଲେ ଉଭୟ ଜିଲ୍ଲାର ସ୍ଥାନୀୟ ଲୋକ ଉପକୃତ ହେବା ସହ ସ୍ୱାସ୍ଥ୍ୟସେବା ଉନ୍ନତ ହେବ । ଏବେ ଯାଜପୁର ଓ ପୁରୀ ଜିଲ୍ଲାର ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେବା ଲାଗି କଟକ ଏସସିବିକୁ ଆସୁଛନ୍ତି ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶା ପାଇଁ କେମିତି ଥିଲା ବର୍ଷ ୨୦୨୦ ? ଦୁର୍ନୀତି ବିରୋଧରେ ଯୁଦ୍ଧର ବର୍ଷ

Leave a Reply