୧୬ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଅପର ଇନ୍ଦ୍ରାବତୀ ଦକ୍ଷିଣ ପାର୍ଶ୍ୱ କେନାଲର ପୁନରୁଦ୍ଧାରକୁ ଅନୁମୋଦନ

1 min read

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥିରୁ ୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମକୁ ବ୍ୟତୀତ ଅନ୍ୟ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ ।

  •  ଅପର ଇନ୍ଦ୍ରାବତୀ ଦକ୍ଷିଣ ପାର୍ଶ୍ୱ କେନାଲର ପୁନରୁଦ୍ଧାର କରାଯିବ । ଏଥିପାଇଁ ୧୪୮ କୋଟି ୧୨ ଲକ୍ଷ ୬୫ ହଜାର ୮୯୪ ଦଶମିକ ୩୦କୋଟି ଟଙ୍କା ଖର୍ଚ୍ଚ କରାଯିବ ।
  •  ଓଡ଼ିଶା ଅର୍ଥସେବା କ୍ୟାଡରର ପୁନର୍ଗଠନ । ପଦବୀ ସଂଖ୍ୟା ୯୧୨ରୁ ୧ହଜାର ୧୬କୁ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ।
  •  ଓଡ଼ିଶା ଅଗ୍ନିଶମ ସେବା A ଓ B ବର୍ଗ ଅଧିକାରୀମାନଙ୍କୁ ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ ।
  •  ଓଡ଼ିଶା ଦ୍ରବ୍ୟ ଓ ସେବାକର ଅଧିନିୟମ ୨୦୧୭କୁ ସଂଶୋଧନ ।
  •  ଅଞ୍ଜନ କୁମାର ମାଣିକଙ୍କୁ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି ।
  • ଓଡ଼ିଶା କାରିଗର କିମ୍ବା ସୁଧାର ଅମଲା ସେବା ନିୟମାବଳୀ-୨୦୨୧ ପ୍ରଣୟନ କରାଯାଇଛି । ଯାହାଦ୍ୱାରା କନିଷ୍ଠ କିରାଣି ତଥା ଟାଇପିଷ୍ଟ, କନିଷ୍ଠ ହିସାବ ରକ୍ଷକ, ବରିଷ୍ଠ କିରାଣି ତଥା ହିସାବ ରକ୍ଷକ ନିଯୁକ୍ତି ପଦ୍ଧତି ଏବଂ ସେବା ଚାକିରି ଓ ପଦୋନ୍ନତିର ବ୍ୟବସ୍ଥା କରାଯାଇଛି ।
  • ଓଡ଼ିଶା ଘରୋଇ ସୁରକ୍ଷା ଏଜେନ୍ସି-୨୦୨୧ର ସଂଶୋଧନ । ଏଣିକି ଅନଲାଇନରେ ଓ ଅଫଲାଇନ ମାଧ୍ୟମରେ ଘରୋଇ ସୁରକ୍ଷା ଏଜେନ୍ସି ଲାଇସେନସ୍ ଓ ଡାଟାବେସ୍ ଆବେଦନ କରିପାରିବେ ।
  • ଓଡ଼ିଶା ଶ୍ରମ ସେବା ସର୍ତ୍ତାବଳୀ ନିୟମାବଳୀ ୨୦୧୯ରେ ସଂଶୋଧନ । ଏହାଦ୍ୱାରା ଖାଲି ପଡ଼ିଥିବା ଜିଲ୍ଳା ଶ୍ରମ ଅଧିକାରୀ ପଦ ପୂରଣ ହୋଇପାରିବ ।
  • ସମ୍ବଲପୁର ଆଇଆଇଏମ୍ ସ୍ଥାୟୀ କ୍ୟାମ୍ପସ୍ ପାଇଁ ରାଜ୍ୟ ସରକାର ଜମି ଯୋଗାଇବେ । ଆଉ ୧୮ ଦଶମିକ ୨୩ଏକର ଜମି ଯୋଗାଇବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।
  • ବାଗ୍‌ଚୀ ଶ୍ରୀଶଙ୍କର କ୍ୟାନସର ସେଣ୍ଟର ପାଇଁ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରାଯିବ । 2 କୋଟି 96 ଲକ୍ଷ ଟଙ୍କା ଛାଡ଼ କରାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ।
  •  ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପରୁ କ୍ୟାବିନେଟର ମୋହର । ୧୮ମାସରେ ସମ୍ପୂର୍ଣ୍ଣ ହେବ କାର୍ଯ୍ୟ । ପ୍ରୋଜେକ୍ଟ ପାଇଁ ବ୍ୟୟବରାଦ ହୋଇଛି ୩୩୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ।
  • ଓଡ଼ିଶା ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନଗାର ନିଯୁକ୍ତି ଏବଂ ସେବା ସର୍ତ୍ତାବଳୀ ନିୟମ ସଂଶୋଧନ -୨୦୨୧ ପ୍ରସ୍ତାବ ଆଗତ ।
  •  ଓଡ଼ିଶା ଅଗ୍ନିଶମ ସେବାର ସି’ ବର୍ଗର ଅଧିକାରୀମାନଙ୍କ ନିଯୁକ୍ତି ସର୍ତ୍ତାବଳୀ-୨୦୨୧, ଓଡ଼ିଶା ଅଗ୍ନିଶମ ସେବା ଅଧିନିୟମ ୧୯୯୩ ଧାରା ୨୬-୨-(ସି) ଅନୁଯାୟୀ ପ୍ରସ୍ତୁତି କରାଯାଇଛି ।
  •  ବାଗଚୀ ଶ୍ରୀକର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନ ଏବଂ ବାଗଚୀ କରୁଣାଶ୍ରୟ ପାଲିଏଟିଭ ସେବାକେନ୍ଦ୍ର ଭୁବନେଶ୍ୱରଠାରେ ପ୍ରତିଷ୍ଠା ହେବ । ଏହି ଦୁଇ ପ୍ରତିଷ୍ଠାନ ପାଇଁ ଜମି ଯୋଗାଇବେ ରାଜ୍ୟ ସରକାର ।

ଏଥିସହିତ ପଢ଼ନ୍ତୁ: Cabinet Decision: ୮୯ ଗୋଟି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣକୁ ମଞ୍ଜୁରୀ

 

Leave a Reply