ବିବାହ ପ୍ରସ୍ତାବରେ ରାଜି ହେବା ବଦଳରେ ପୁଅକୁ ଚାକିରି ଅଫର ଦେଲେ ଯୁବତୀ, ସୋସିଆଲ୍ ମିଡିଆରେ ଚର୍ଚ୍ଚା

1 min read

ବେଙ୍ଗାଲୁରୁ: ଉପଯୁକ୍ତ ବୟସ ହେଲା ପିତାମାତା ସନ୍ତାନମାନଙ୍କ ବିବାହ ପାଇଁ ପାତ୍ର ବା ପାତ୍ରୀ ଖୋଜିଥାନ୍ତି । କିଛି ଲୋକ ସେମାନଙ୍କ ସମ୍ପର୍କୀୟଙ୍କୁ ସୂଚନା ଦେଇଥାନ୍ତି ତ ଅନ୍ୟ କେତେ ଜଣ ବିଭିନ୍ନ ମାଟ୍ରିମୋନିଆଲ ସାଇଟରେ ପ୍ରସ୍ତାବ ଦେଇଥାନ୍ତି ।

କିନ୍ତୁ ଆପଣ ଜାଣିଛନ୍ତି କି ମାଟ୍ରିମୋନିଆଲ୍ ସାଇଟର ବିବାହ ପ୍ରସ୍ତାବ ଗ୍ରହଣ କରିବା ବଦଳରେ ନିଜ କମ୍ପାନୀରେ ଚାକିରି ପାଇଁ ପ୍ରସ୍ତାବ ଦେଇଛନ୍ତି ଜଣେ ଯୁବତୀ । ଜାଣନ୍ତୁ ଏ ବିଷୟରେ କ’ଣ ରହିଛି ପୂରା ଘଟଣା ।

ବାପା ମାଟ୍ରିମୋନିଆଲ ସାଇଟରୁ ବରପାତ୍ର ଠିକ୍ କରିଥିଲେ । ଯୋଗ୍ୟ ପାତ୍ର ଚୟନ କରିବା ପାଇଁ ବାପା ଯୁବକଙ୍କ ପ୍ରୋଫାଇଲକୁ ତାଙ୍କ ଝିଅଙ୍କ ପାଖକୁ ପଠାଇଥିଲେ । ଏବଂ ଝିଅକୁ ପସନ୍ଦ ପାଇଁ ସମ୍ମତି ମାଗିଥିଲେ । ହେଲେ ଝିଅ ବିବାହରେ ରାଜି ହେବ କ’ଣ ବରପାତ୍ରଙ୍କୁ ନିଜ କମ୍ପାନୀରେ ଚାକିରି ଅଫର ଦେଇଦେଲେ ।  ଏହି ଘଟଣା ଘଟିଛି ବେଙ୍ଗାଲୁରୁରେ । ଏହା ଏକ ରୋଚକ ଘଟଣା ହୋଇଥିବାରୁ ସୋସିଆଲ୍ ମିଡିଆରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି ।


ଯୁବତୀ ଜଣଙ୍କ ହେଉଛନ୍ତି ଉଦିତା ପଲ । ଉଦିତାଙ୍କର ଏକ ଷ୍ଟାର୍ଟ ଅପ୍ କମ୍ପାନୀ ରହିଛି । ଯାହାର ନାଁ ହେଉଛି ‘ଫିନଟେକ୍’ । ଏହି କମ୍ପାନୀ ଅନ୍ତର୍ଜାତୀୟ କାରବାର ମଧ୍ୟ କରେ ।  ଉଦିତା ବରପାତ୍ର ଠିକ୍ କରିବେ କ’ଣ ଯୁବକ ଜଣଙ୍କ ତାଙ୍କ କମ୍ପାନୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଭାବି ଚାକିରି ଅଫର୍ ଦେଇଦେଲେ ।

ଉଦିତାଙ୍କର ବାପା ଏହି ଖବର ଜାଣିବା ପରେ ଚକିତ ହୋଇଯାଇଥିଲେ । ଏ ବିଷୟରେ ବାପା ଏବଂ ଝିଅଙ୍କ ଭିତରେ ହୋଇଥିବା ହ୍ବାଟସଆପ୍ କଥାବାର୍ତାକୁ ଉଦିତା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଝିଅର ଏଭଳି କାମରେ ବାପା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

 

ବାପାଙ୍କର ପ୍ରଶ୍ନରେ ଅତି କୌତୁହଳ ସହ ଝିଅ ଜବାବ ବି ଦେଇଛନ୍ତି । ସେ କହିଛନ୍ତି ‘ଫିନଟେକ୍ କମ୍ପାନୀକୁ ୭ ବର୍ଷ ହୋଇଗଲାଣି । ଆମେ ଜଣେ ଯୋଗ୍ୟ ବ୍ୟକ୍ତିକୁ କମ୍ପାନୀରେ ଚାକିରି ଦେବାର କ୍ଷମତା ରଖୁଛୁ । ମତେ କ୍ଷମାକରିବେ ।

ଅପରପକ୍ଷେ ଚାକିରି ଅଫର ପାଇଥିବା ଯୁବକ ଜଣଙ୍କ ବାର୍ଷିକ ୬୨ ଲକ୍ଷ ଟଙ୍କା ପ୍ୟାକେଜ ଦାବି କରିଛନ୍ତି । ଏହା ସାଙ୍ଗକୁ ସେ ଅନ୍ୟସବୁ ଆର୍ଥିକ ସୁବିଧା ମଧ୍ୟ ଦାବି କରିଛନ୍ତି । ହେଲେ ଏହି ପ୍ରସ୍ତାବରେ କମ୍ପାନୀ ରାଜି ହୋଇନାହିଁ । ଏହି ପ୍ୟାକେଜ ଦେବାକୁ କମ୍ପାନୀ ଅସମର୍ଥ ବୋଲି କହିଛନ୍ତି ଉଦିତା ।