ପୂଜା ବଜାରରେ ଗ୍ରାହକଙ୍କୁ ଠକୁଛନ୍ତି ଉଠା ଦୋକାନୀ

ଭୁବନେଶ୍ବର : ରସୁଲଗଡ଼ ପୂଜା ମଣ୍ଡପର ମୀନା ବଜାରରେ ରେଡ । ଫାଷ୍ଟଫୁଡ ଓ ଚଟପଟା ଖାଦ୍ଯ ଆଳରେ ଲୋକଙ୍କୁ ଧୋକା । ବାସି ଖାଦ୍ଯ ବିକ୍ରି ନେଇ ଯାଞ୍ଚ କଲା ଫୁଡ ସେଫ୍ଟି ଓ ସାଇନ ଟିମ । ବିପୁଳ ପରିମାଣର ବାସି ଖାଦ୍ଯ ଜବତ କଲା ଟିମ । ବାସି ଖାଦ୍ଯ ବିକ୍ରି ନ କରିବାକୁ ମେୟରଙ୍କ ଅପିଲ୍ । ଦଶହରାରେ ବଜାରରେ ଲୋକଙ୍କ ଭିଡ଼କୁ ଦେଖି ବ୍ଯବସାୟୀ ବାସିଖାଦ୍ଯ ବିକ୍ରି କରୁଥିବା ଅଭିଯୋଗ ପରେ ହୋଇଛି ରେଡ । ରସୁଲଗଡ, ନୟାପଲ୍ଲୀ ଓ ବରମୁଣ୍ଡା ସମେତ ଏକାଧିକ ପୂଜା ମଣ୍ଡପରେ ଖାଦ୍ଯର ମାନ ଯାଞ୍ଚ କରିଛି ବିଏମସିର ଫୁଡ ସେଫ୍ଟି ଓ ସାଇନ ଟିମ । ରସୁଲଗଡରେ ଯାଞ୍ଚ ବେଳେ ଏକାଧିକ ଫାଷ୍ଟଫୁଡ଼ ଷ୍ଟଲରୁ ଅଣ୍ଡା ଚପ, ରୋଲ, ଚିକେନ୍ କିମା,  ପଟୋଟା ଷ୍ଟିକ ଖାଦ୍ୟକୁ ନଷ୍ଟ କରିଛି ଟିମ । ଏହା ସହ ବିପୁଳ ପରିମାଣର ପଲିଥିନ ଜବତ ହୋଇଛି । ନିମ୍ନ ମାନର ଖାଦ୍ୟର ଓ ବାସି ଖାଦ୍ୟ ବିକ୍ରିକଲେ କାର୍ଯ୍ଯାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି ।

ମହାନବମୀରେ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ଓ ମନ୍ଦିର ବୁଲି ମା ଦୁର୍ଗାଙ୍କୁ ଦର୍ଶନ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ଭୁବନେଶ୍ୱର ବାସିନ୍ଦାଙ୍କ ପାଇଁ ଶୁଭ ମନାସିବା ସହିତ ରାଜଧାନୀକୁ ସ୍ୱଚ୍ଛ ଓ ସ୍ଵବୁଜ କରିବା ଲାଗି ସହଯୋଗ ଲୋଡିଛନ୍ତି । ବିଏମସିର ଗାଇଡ଼ ଲାଇନ ଅନୁସାରେ ପ୍ଲାଷ୍ଟିକମୁକ୍ତ ପୂଜା କରିବାକୁ କମିଟି ମାନଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ପୂଜ ମଣ୍ଡପ ଗୁଡିକ ପରିମଳ ଉପରେ ଧ୍ୟାନ ଦେବାକୁ କହିଛନ୍ତି । ବାସି ଖାଦ୍ୟ ବିକ୍ରି ନ କାରିବାକୁ ବ୍ୟବସାୟୀ ଚେତାବନୀ ଦେଇଛନ୍ତି । କାଲି ଓ ଭସାଣୀ ଦିନ ଶୃଙ୍ଖଳିତ ହୋଇ ପୂଜା ପାଳିବା ବୋଲି ମେୟର କହିଛନ୍ତି ।