ଉଡ଼ାଣ ଭରିବାର ମିନିଟ୍ ପରେ ବିମାନ ସହ ସମ୍ପର୍କ ଛିନ୍ନ, ଫ୍ଲାଇଟରେ ଥିଲେ ୫୯ ଯାତ୍ରୀ

1 min read
Sriwijaya Air Flight 182 Lost Contact After Taking Off From Jakarta

ଜାକର୍ତ୍ତା: ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରୁ ଉଡ଼ାଣ ଭରିବା ପରେ ଏକ ବିମାନ ନିଖୋଜ ହୋଇ ଯାଇଥିବା କୁହାଯାଉଛି । ସୂଚନା ଅନୁସାରେ, ଶ୍ରୀବିଜୟ ଏୟାରର ବିମାନ ସଂଖ୍ୟା (SJ182)ରେ ୫୯ ଯାତ୍ରୀ ଥିଲେ । ଏହି ବିମାନକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି । ବର୍ତ୍ତମାନ ସୁଦ୍ଧା ବିମାନ ବାବଦରେ କୌଣସି ସୂଚନା ମିଳିନାହିଁ ।

ଉଡ଼ାଣର ୪ ମିନିଟ୍ ପରେ ଗାଏବ

ନିଖୋଜ ବିମାନଟି ବୋଇଂ ୭୩୭-୫୦୦ ଶ୍ରେଣୀର । ଯାହାକି ଶନିବାର ସନ୍ଧ୍ୟାରେ ଜାକର୍ତ୍ତାର ସୋକାର୍ନା-ହଟ୍ଟା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା । କୁହାଯାଉଛି ଉଡ଼ାଣ ଭରିବାର ୪ ମିନିଟ୍ ପରେ ବିମାନ ସହ ସମ୍ପର୍କ ଛିନ୍ନ ହୋଇଥିଲା ।

ମିନିଟକରେ ୧୦ ହଜାର ଫୁଟ୍ ତଳକୁ ଖସିଗଲା

ରାଡାରରେ ବିମାନଟି ମାତ୍ର ଗୋଟିଏ ମିନିଟ୍ ସମୟ ମଧ୍ୟରେ ୧୦ ହଜାର ଫୁଟ୍ ଉଚ୍ଚତାରୁ ତଳକୁ ଖସୁଥିବା ଟ୍ରାକ କରାଯାଇଥିଲା । ଯାହାପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଆଶଙ୍କା ବଢ଼ିଯାଇଛି । କୌଣସି ବିମାନ ଏତେ ଦ୍ରୁତଗତିରେ ତଳକୁ ଖସିଲେ କ୍ରାଶ୍ ହେବାର ସମ୍ଭାବନା ବଢ଼ି ଯାଇଥାଏ । ବିମାନର ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଲାଗି ଇଣ୍ଡୋନେସିଆ ସରକାର ପଦକ୍ଷେପ ନେଇଛନ୍ତି ।

Leave a Reply