ଶ୍ରୀଲଙ୍କା ହାତରେ ଏସିଆ କପ୍, ପାକିସ୍ତାନ ଚିତପଟାଙ୍ଗ

ଦୁବାଇ: ଶ୍ରୀଲଙ୍କା ହାତରେ ଏସିଆ କପ୍  । ଫାଇନାଲରେ ପାକିସ୍ତାନକୁ ହରାଇ ଟାଇଟଲ ଜିତିଲା ଶ୍ରୀଲଙ୍କା ।  ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୦ ରନ କରିଛି । ଶ୍ରୀଲଙ୍କା ପକ୍ଷରୁ ଭାନୁକା ରାଜପକ୍ଷ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ  । ସେପଟେ ବିଜୟ ପିଛା କରି ପାକିସ୍ତାନ ୨୦ ଓଭରରେ ୧୪୭ ରନ କରିବା ସହ ସମସ୍ତ ୱିକେଟ ହରାଇଛି  । ଯାହା ଫଳରେ ସହଜରେ ଟ୍ରଫି ଟେକି ନେଇଛି ଶ୍ରୀଲଙ୍କା  ।

ଏସିଆ କପ୍‌ର ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳିଥିଲା କଡା ଟକ୍କର । ଶ୍ରୀଲଙ୍କା ପକ୍ଷରୁ ଭାନୁକା ରାଜପକ୍ଷେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳର ସଙ୍କଟମୋଚକ ସାଜିଛନ୍ତି । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରୀଲଙ୍କା ପ୍ରଥମ ଓଭରରେ ଓପନିଂ ଯୋଡି ଫେଲ ମାରିଥିଲେ । ଓପନିଂ ପାଇଁ ଆସିଥିବା କୁଶଲ ମେଣ୍ଡିସ ଖାତା ଖୋଲିବା ଆଗରୁ ପ୍ରଥମ ଓଭରରେ ଶୂନରେ ଆଉଟ୍‌ ହୋଇ ପାଭଲିୟନ ଫେରିଥିଲେ । କିନ୍ତୁ ଚମତ୍କାର ବୋଲିଂ ସହ ଶ୍ରୀଲଙ୍କା ମ୍ୟାଚକୁ ୨୩ ରନରେ ଜିତି ନେଇଛି  ।