୨୪୬ ରନର ବିଜୟ ଲକ୍ଷ୍ୟ, ଅଭିଶେକ ଶର୍ମାଙ୍କ ଶତକ ବଳରେ ପଞ୍ଜାବକୁ ହରାଇଲା ହାଇଦ୍ରାବାଦ

ନନ୍ଦିଘୋଷ ବ୍ୟୁରୋ: ସନରାଇଜର୍ସ ହାଇଦ୍ରାବାଦର ବଡ଼ ବିଜୟ । ପଞ୍ଜାବ କିଙ୍ଗ୍ସକୁ ୮ ଓ୍ବିକେଟରେ ହରାଇଲା ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ୨୪୫ ରନ କରିଥିଲା ପଞ୍ଜାବ । ତେବେ ଦଳ ଏକପ୍ରକାର ବିଜୟ ଦ୍ବାରରେ ରହିବ ବୋଲି ଫ୍ୟାନ୍ସମାନେ ଆଶା ରଖିଥିଲେ । ମାତ୍ର ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି ଅଭିଶେକ ଶର୍ମା । ସେ ୫୫ ବଲରୁ ୧୪୧ ରନର ବଡ଼ ପାଳି ଖେଳିଛନ୍ତି । ଯେଉଁଥିରେ ୧୪ ଚୌକା ଏବଂ ୧୦ ଛକା ରହିଛି । ଏହାସହ ଟ୍ରାଭିସ ହେଡ ମଧ୍ୟ ୬୬ ରନର ପାଳି ଖେଳିଛନ୍ତି । ଯାହାଦ୍ବାରା ଦଳ ଏକ ବିଶାଳ ସ୍କୋରର ଲକ୍ଷ୍ୟ ଅତି ସହଜରେ ହାସଲ କରିଛି । ୯ ବଲ ବାକି ଥାଇ ଦଳ ବିଜୟୀ ହୋଇଛି ।