spot_img

Latest Posts

‘ଖୁବଶୀଘ୍ର ସ୍ୱତନ୍ତ୍ର ବାଲି ନୀତି ଆଣାଯିବ’

ଭୁବନେଶ୍ୱର: ଶୁକ୍ରବାର ଗୃହର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବାଲି ପ୍ରସଂଗରେ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ସୁଦାମ ମାରାଣ୍ଡି । ସେ କହିଛନ୍ତି ବିଦେଶକୁ ବାଲି ଚାଲାଣ ହେଉନାହିଁ । ବିଭିନ୍ନ ସମୟରେ ୨ରୁ ୩ଟି ରାଜ୍ୟକୁ ବାଲି ଦିଆଯାଉଛି । ୧୪୪ଟି ତହସିଲକୁ ସମ୍ବେଦନଶୀଳ ଭାବେ ଘୋଷଣା କରାଯାଇଛି। ସେଠାରେ ଅତିରିକ୍ତ RI ଓ ଅମିନ ନିଯୁକ୍ତି କରାଯାଇଛି। ସେମାନେ ଆଇନ ଅନୁଯାୟୀ ବେଆଇନ କାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରିପାରିବେ ବୋଲି ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଏଥିସହିତ ଖୁବଶୀଘ୍ର ବାଲିର ସ୍ୱତନ୍ତ୍ର ନୀତି ଅଣାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ଏହି ପ୍ରସଂଗରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ଉଦବେଗ୍ ପ୍ରକାଶ କରିଛନ୍ତି । ବାଚସ୍ପତିଙ୍କ ନିଜ ନିର୍ବାଚନ ମଣ୍ଡଳୀରୁ ଆନ୍ଧ୍ରକୁ ବାଲି ଚାଲାଣ ହେଉଛି। କାହିଁକି ତିନି ବର୍ଷ ହେଲା ବାଲି ନୀତି କାର୍ଯ୍ୟକାରୀ କରାଯାଉନି ଏ ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ବାଚସ୍ପତି।

ଅପରପକ୍ଷରେ ବାଲି ବାବଦରେ ୧୫୦୦ କୋଟି ରାଜ୍ୟ ସରକାର ରାଜସ୍ବ ପାଉଛନ୍ତି। କିନ୍ତୁ ୫୦୦୦ କୋଟି ରାଜସ୍ବ ହରାଉଥିବା କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

ବିଧାନସଭାରେ ଆଜି ବିଜେପି ଦେଇଥିବା ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ହେବ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ମୁଲତବି ପ୍ରସ୍ତାବ ଦେଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଲୋଚନାର ଉତ୍ତର ରଖିବେ । ଅପରାହ୍ନରେ ୨୦୨୧-୨୨ ବର୍ଷର ବଜେଟ୍ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

Latest Posts

Don't Miss