ଅଯୋଧ୍ୟା ରାୟ ଉପରେ ସ୍ୱତନ୍ତ୍ର ଡେସ୍କ ଗଠନ କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଅଯୋଧ୍ୟା ରାୟ ଉପରେ ସ୍ୱତନ୍ତ୍ର ଡେସ୍କ ଗଠନ କଲା ଗୃହ ମନ୍ତ୍ରାଳୟ । ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟରୁ ଆସିଥିବା ନିଷ୍ପତ୍ତିର ଦୁଇ ମାସ ପରେ ମାମଲାକୁ ଦେଖିବା ପାଇଁ ଏକ ଭିନ୍ନ ଡେସ୍କ ଗଠନ ହୋଇଛି । ଏହାର ଅଧ୍ୟକ୍ଷତା ଅତିରିକ୍ତ ସେକ୍ରେଟାରୀ ସ୍ତରର ଅଧିକାରୀ କରିବେ । ଅଯୋଧ୍ୟା ମାମଲା ଏବଂ କୋର୍ଟଙ୍କ ନିଷ୍ପତ୍ତି ସହ ଜଡ଼ିତ ମାମଲାକୁ ତିନି ଅଧିକାରୀ ଦେଖିବେ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଏହି ଟିମର ନେତୃତ୍ୱ ଅତିରିକ୍ତ ସେକ୍ରେଟାରୀ ଜ୍ଞାନେଶ କୁମାର କରିବେ । ଅଯୋଧ୍ୟା ବିବାଦ ଉପରେ ନଭେମ୍ବର ୨ ତାରିଖରେ ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି ପରେ ସରକାରଙ୍କ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସୁପ୍ରିମକୋର୍ଟ ନିଜର ଆଦେଶରେ ବିବାଦୀୟ ଭୂମିରେ ରାମ ମନ୍ଦିର ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଥିଲେ । ଏହାସହ କୋର୍ଟ କେନ୍ଦ୍ର ସରକାରଙ୍କୁ ରାମ ମନ୍ଦିର ନିର୍ମଣ ପାଇଁ ୩ ମାସ ମଧ୍ୟରେ ଟ୍ରଷ୍ଟ ଗଠନ କରିବ ଏବଂ ୫ ଏକର ଜମି ସୁନ୍ନି ୱକଫ ବୋର୍ଡକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply