ମୌସୁମୀ ଫେରିବା ପୂର୍ବରୁ ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜରେ ବର୍ଷା ସମ୍ଭାବନା

1 min read

ଭୁବନେଶ୍ୱର: ଓଡ଼ିଶାରୁ ଫେରିବ ମୈାସୁମୀ । ଆଉ ଗୋଟିଏ ଦିନ ପରେ ରାଜ୍ୟରୁ ଫେରିବ ଦକ୍ଷିଣ ପଶ୍ଚିମ ମୈାସୁମୀ ବାୟୁ । ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଉପକୂଳ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଏହାପରେ ଆସନ୍ତା ୪-୫ ଦିନ ଯାଏ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ବର ଓ କଟକରେ ଆଂଶିକ ବର୍ଷା ହେବାର ସମ୍ଭବନା ଥିବା ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲକା ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲା ଉଦଳାରେ ସର୍ବାଧିକ ୨୩ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ମାଣ୍ଡିଆରେ ପ୍ରସ୍ତୁତ ଫାଷ୍ଟପୁଡର ବଢ଼ୁଛି ଚାହିଦା: ରୋଜଗାର କ୍ଷମ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

Leave a Reply