spot_img

Latest Posts

‘ଆମ୍ମା’କୁ ନୂଆ ଅଭିନେତ୍ରୀଙ୍କୁ ଫଶାଇବାର ଜାଲ ବୋଲି କହିଲେ ଅଭିନେତ୍ରୀ

ନନ୍ଦିଘୋଷ ବ୍ୟୁରୋ : ମାଲାୟାଲମ ଇଣ୍ଡଷ୍ଟ୍ରିର ସତ୍ୟତା ସାମ୍ନାକୁ ଆସିବା ପରେ ଏବେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଜଷ୍ଟିସ ହେମା କମିଟି ରିପୋର୍ଟରେ ମାଲାୟାଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀଙ୍କୁ ଯୌନ ଶୋଷଣ ହେଉଥିବା ଖୁଲାସା ହେବା ପରେ ଅନେକ ମାମଲା ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ଏବେ ଗୋଟିଏ ପରେ ଗୋଟିଏ ଅନେକ ଅଭିନେତ୍ରୀ ଆସି ମାଲାୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ଭେଟେରାନ୍ ଅଭିନେତା ଏବଂ ନିର୍ଦ୍ଦେଶକଙ୍କ ବିରୋଧରେ ଯୌନ ଶୋଷଣ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି।

ଏହି ଅଭିଯୋଗକୁ ଦୃଷ୍ଟିରେ ରଖି AMMA (ଆସୋସିଏସନ ଅଫ ମାଲାଏଲମ୍ ମୁଭି ଆକଟ୍ରେକ୍ସ) କମିଟିର ସଭାପତି ମୋହନଲାଲଙ୍କ ସମେତ ସମସ୍ତ ସଦସ୍ୟ ଇସ୍ତଫା ଦେଇଛନ୍ତି, ଯାହା ପରେ AMMA କମିଟି ସମ୍ପୂର୍ଣ୍ଣ ବିଲୋପ ହୋଇଯାଇଛି କହିଲେ ଭୁଲ ହେବ ନାହିଁ । ଏହି ଘଟଣାକୁ ନେଇ ସାଉଥ ଇଣ୍ଡଷ୍ଟ୍ରିରଅନେକ ଅଭିନେତ୍ରୀ କହିଛନ୍ତି ଯେ, ଏହି ଘଟଣା ସାମ୍ନାକୁ ଆସିବା ବହୁତ ଜରୁରୀ ଥିଲା । ଏହା ଯୋଗୁଁ ଇଣ୍ଡଷ୍ଟ୍ରିର କଳା ସତର ପର୍ଦ୍ଦାଫାସ ହୋଇପାରିଛି ।

ଅଭିନୟ ଜଗତରୁ ରାଜନୀତି ଦୁନିଆକୁ ଆସିଥିବା ଅଭିନେତ୍ରୀ ଖୁସବୁ ସୁନ୍ଦର କହିଛନ୍ତି ଯେ, ମହିଳାମାନଙ୍କୁ ଠିକ୍ ସମୟରେ ସ୍ୱର ଉତ୍ତୋଳନ କରିବା ଉଚିତ୍। ସେ ଆହୁରି କହିଛନ୍ତି , ଏହିପରି ଘଟଣା ସବୁ ସ୍ଥାନରେ ଘଟୁଛି ଏବଂ ଯେତେବେଳେ ସେଗୁଡ଼ିକ ଘଟେ ସେତେବେଳେ ହିଁ ରିପୋର୍ଟ କରାଯିବା ଉଚିତ୍  ।

ଅନ୍ୟପଟେ ‘ଆମ୍ମା’କୁ ନୂଆ ଅଭିନେତ୍ରୀଙ୍କୁ ଫଶାଇବାର ଜାଲ ବୋଲି କହିଛନ୍ତି ଅଭିନେତ୍ରୀ ମାଲା ପାର୍ବତୀ ।  ସେ ଆହୁରି କହିଛନ୍ତି ଯେ, ଅଭିନେତ୍ରୀ ମାନଙ୍କୁ ଏବେ ବୁଝିବା ଦରକାର କି ସେମାନଙ୍କୁ ଏବେ ଇଣ୍ଡଷ୍ଟ୍ରିରେ କୌଣସି ‘ଗଡଫାଦର’ ଦରକାର ନାହିଁ । ମହିଳାଙ୍କୁ କାମ ଦେଇ ସେମାନେ କିଛି ଦୟା କରୁନାହାନ୍ତି । ସୂଚନା ମୁତାବତ ଏବେ ପର୍ଯ୍ୟନ୍ତ ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିର ୧୦ଜଣ ଅଭିନେତ୍ରୀ ଯୌନ ଶୋଷଣର ଅଭିଯୋଗ କରିସାରିଲେଣି ।

Latest Posts

Don't Miss