spot_img

Latest Posts

ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଯିବେ ରାଜ୍ୟସଭା ?

କୋଲକାତା: ରାଜ୍ୟସଭା ଯିବେ କ୍ରିକେଟ ବୋର୍ଡ ଅଫ୍ ଇଣ୍ଡିଆର ସଭାପତି ତଥା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଗାଙ୍ଗୁଲି । ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇ ରାଜ୍ୟସଭା ସଦ୍ୟସ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୌରଭ ଗାଙ୍ଗୁଲିଙ୍କ ଘରେ ରାତ୍ରୀ ଭୋଜନ କରିବା ପରେ ଏହି କଳ୍ପନା ଜଳ୍ପନା ଚାଲିଛି । ସୂଚନା ଅନୁସାରେ ଡୋନା ଗାଙ୍ଗୁଲି ଜଣେ ତାଲିମପ୍ରାପ୍ତ ଓଡ଼ିଶୀ ନୃତ୍ୟଶିଳ୍ପୀ । ସେ ଦେଶ ତଥା ବିଦେଶରେ ଶାସ୍ତ୍ରୀୟ ନୃତ୍ୟ ପରିବେଶଣ ଜାରି ରଖିଛନ୍ତି । ତେବେ ଏହି ଚର୍ଚ୍ଚାକୁ ଅଧିକ ଖୋରକ ଯୋଗାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ ।

ଦିଲ୍ଲୀପ ଘୋଷ ଗତ ସୋମବାର ଗଣମାଧ୍ୟମକୁ କହିଛନ୍ତି ଯେ ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରୁ ବିଶିଷ୍ଟ ଲୋକଙ୍କୁ ରାଜ୍ୟସଭାକୁ ମନୋନୀତ କରନ୍ତି । ଯଦି ସେ ପଶ୍ଚିମବଙ୍ଗରୁ କାହାକୁ ମନୋନୀତ କରନ୍ତି ତେବେ ଆମେ ଖୁସି ହେବୁ ବୋଲି କହିଛନ୍ତି ଦିଲ୍ଲୀପ ଘୋଷ । ସେ ଆହୁରି ମଧ୍ୟ କହିଚନ୍ତି ଯେ ଯଦି ପଶ୍ଚିମବଙ୍ଗର ଡୋନା ଗାଙ୍ଗୁଲିଙ୍କ ପରି ଜଣେ ବ୍ୟକ୍ତି ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ସଦସ୍ୟ ଭାବରେ ରାଜସ୍ୟଭାକୁ ଯାଆନ୍ତି ତେବେ ଆମେ ଅଧିକ ଖୁସି ହେବୁ ବୋଲି କହିଛନ୍ତି ଦିଲ୍ଲୀପ ଘୋଷ

ତେବେ ଏହି ମାମଲାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ମୁଖ୍ୟ ସୁକାନ୍ତ ମଜୁମଦାର , ସମ୍ପର୍କରେ କିଛି କହିବାକୁ ମନା କରିଦେଇଛନ୍ତି । ସେ କହିଛନ୍ତି ଏହା ଦଳର ଆଭ୍ୟନ୍ତରୀଣ ବିଷୟ ଏବଂ ଏହି ପ୍ରସଙ୍ଗରେ ଗଣମାଧ୍ୟମ ସହ କଥା ହେବା ଠିକ୍ ନୁହେଁ । ଏହି ପରିପ୍ରେକ୍ଷୀରେ କେବଳ କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ତେବେ ଆମେ ଏଠାରେ ଆପଣଙ୍କୁ କହିରଖିବାକୁ ଚାହୁଁ କି ପଶ୍ଚିମବଙ୍ଗର ରାଜ୍ୟସଭା ସଦସ୍ୟ ରୂପା ଗାଙ୍ଗୁଲି ଏବଂ ପୂର୍ବତନ ସାମ୍ବାଦିକ ସ୍ୱପ୍ନା ଦାସଗୁପ୍ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିକଟରେ ତିନି ଦିନିଆ ଗସ୍ତରେ ପଶ୍ଚିମବଙ୍ଗ ଗସ୍ତରେ ଆସିଥିଲେ । ଏହି ଗସତ୍ ମଧ୍ୟରେ ସେ ରାତ୍ରୀ ଭୋଜନ କରିବା ପାଇଁ ମେ’ ୬ରେ ସୌରଭ ଗାଙ୍ଗୁଲିଙ୍କ କୋଲକାତା ବାସଭବନରେ ପହଞ୍ଚିଥିଲେ ।

 

Latest Posts

Don't Miss