spot_img

Latest Posts

ପୁଣି ସହଯୋଗର ହାତ ବଢାଇଲେ ସୋନୁ, ଅସହାୟ ମହିଳା ଓ ତାଙ୍କ ପିଲାଙ୍କୁ ଦେଲେ ପ୍ରତିଶୃତି

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ସୋନୁ ସୁଦ ସବୁବେଳେ ନିଜ ମହାନ କାମ ପାଇଁ ଚର୍ଚ୍ଚାରେ ରୁହନ୍ତି । ଲକଡାଉନ୍ ସମୟରେ ସେ ଅନେକ ଶ୍ରମିକଙ୍କ ଦେବତା ସାଜିଥିଲେ । ଅନ୍ୟ ସହରରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଲକଡାଉନ୍ ସମୟରେ ସେ ନିଜ ନିଜ ଘରକୁ ପଠାଇଥିଲେ। ସୋନୁ ସୁଦ କେବଳ ସମସ୍ତଙ୍କ ପାଇଁ ବସ୍ ବ୍ୟବସ୍ଥା କରିନଥିଲେ, ବରଂ ବିଭିନ୍ନ ରାଜ୍ୟ ପ୍ରଶାସନର ଅନୁମତି ମଧ୍ୟ ନେଇଥିଲେ। ଲୋକଙ୍କ ପାଇଁ କାମ କରୁଥିବା ସୋନୁ ସୁଦ ପୁଣି ଥରେ ଜଣେ ଅସହାୟ ମହିଳା ଏବଂ ତାଙ୍କ ଦୁଇ ପିଲାଙ୍କୁ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି। ଏହି ଅସହାୟ ମହିଳା ଜଣକ ନିଜ ପିଲାମାନଙ୍କ ସହିତ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ରାସ୍ତାରେ ରହୁଛନ୍ତି ।

ବାସ୍ତବରେ, ଅଙ୍କିତ ରାଜଗଢିଆ ନାମକ ଜଣେ ବ୍ୟକ୍ତି ସୋନୁ ସୁଦଙ୍କୁ ଟୁଇଟରରେ ଟ୍ୟାଗ୍ କରି ତାଙ୍କୁ ସାହାଯ୍ୟ ମାଗିଛନ୍ତି । ଏହି ବ୍ୟକ୍ତି ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ଏହି ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ହେବା ପରେ ତାଙ୍କୁ ତାଙ୍କ ଘର ମାଲିକ ଘରୁ ବିଦା କରିଦେଇଥିଲେ । ଗୋଟେ ମାସରୁ ଅଧିକ ଦିନ ହେବ ରାସ୍ତା କଡ଼ରେ ୨ଟି ଛୋଟ ପିଲା ଭୋକରେ କାନ୍ଦୁଛନ୍ତି । ସେ ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଛନ୍ତି କାରଣ  ସରକାରଙ୍କ ଠାରୁ ସେମାନଙ୍କର କୌଣସି ଆଶା ନାହିଁ।

ଏହି ପୋଷ୍ଟ ଦେଖି ସୋନୁ ସୁଦ ଇମୋସନାଲ ହୋଇଯାଇଥିଲେ । ଏହା ପରେ ସୋନୁ ରିଟ୍ୱିଟ କରି ଲେଖିଛନ୍ତି ଯେ, ‘ଆସନ୍ତାକାଲି ଏହି ପରିବାରର  ଛାତ ତଳେ ରହିବେ । ଏହି ଛୋଟ ପିଲାମାନଙ୍କ ପାଇଁ ନିଶ୍ଚିତ ଭାବେ ଘରଟିଏ ହେବ । ଏହି ଅସହାୟ ମହିଳା ଏବଂ ଭୋକିଲା ପିଲାମାନଙ୍କୁ ସାହାଯ୍ୟ କରିବାକୁ ସୋନୁ ପ୍ରତିଶୃତି ଦେଇଛନ୍ତି। ଏହା ପରେ ପୁଣିଥରେ ସୋନୁ ସୋସିଆଲ ମିଡିଆରେ ପ୍ରଶଂସା ପାଉଛନ୍ତି  । ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଉଛନ୍ତି ।

ଏହା ପୂର୍ବରୁ ମଧ୍ୟ ସୋନୁ ସୁଦ ସୋସିଆଲ ମିଡିଆରେ ସାହାଯ୍ୟ ମାଗିଥିବା ଲୋକଙ୍କୁ ସହାୟତା କରିଥିଲେ । କେବଳ ସେତିକି ନୁହେଁ ସୋନୁ ଅନେକ ଲୋକଙ୍କୁ ନିରାପଦରେ ନିଜ ନିଜ ଘରକୁ ପଠାଇଛନ୍ତି । ନିକଟରେ ସୋନୁ ସୁଦ ସାହାଯ୍ୟ  କରିଥିବା ଜଣେ ପ୍ରବାସୀ ଶ୍ରମିକ ସୋନୁ ସୁଦଙ୍କ ନାଁରେ ଓଡ଼ିଶାରେ ଗୋଟିଏ ୱେଲଡିଂ ଦୋକାନ ଖୋଲିଥିଲେ।

Latest Posts

Don't Miss