କାହାକୁ କ୍ଷମା ମାଗି ସୋନୁ ସୁଦ୍ କହିଲେ,ଭୁଲ ହୋଇଯାଇଛି କ୍ଷମା କରିଦିଅ

1 min read

ମୁମ୍ବାଇ : ବଲିଉଡର ଷ୍ଟାର ତଥା ଦୁଃଖୀଙ୍କ ସାହାରା ପାଲଟିଥିବା ସୋନୁ ସୁଦ ଯିଏ କି ସବୁବେଳେ ଲୋକଙ୍କ ପ୍ରଶଂସା ସାଉଁଟି ଥାଆନ୍ତି । କିନ୍ତୁ ପ୍ରଥମଥର ପାଇଁ ସୋନୁ ଏବେ ଏକ ବିବାଦରେ ଫଶି ଯାଇଛନ୍ତି. ଏଥର କିନ୍ତୁ ସୋନୁ ନିଜର କିଛି ମହାନତା ଦେଖାଇନାହାନ୍ତି । ବରଂ ସେ ଏକ ଭୁଲ କରିଛନ୍ତି । ସୋନୁଙ୍କ ଏକ ଭିଡିଓ ଏବେ ଭାଇରାଲ ହେଉଛି ।  ଦେଖି ନିଅନ୍ତୁ ସୋନୁ ଏଠାରେ କଣ କରୁଛନ୍ତି । ଏ କଣ ସୋନୁ ଏଠି ପୁଣି ଏମିତି ଏକ ଚଳନ୍ତା ଟ୍ରେନର ଫାଟକ ପାଖରେ ଏମିତି ବସି କଣ କରୁଛନ୍ତି । ଏହି ଭିଡିଓକୁ ଯେମିତି ଲାଗୁଛି ହୁଏତ ସୋନୁ ଏଠି କୌଣସି ଫିଲ୍ମର ସୁଟିଂ କରୁଛନ୍ତି । ନା ଏହା କୌଣସି ଫିଲ୍ମର ସୁଟିଂ ନୁହେଁ କି , ସିନ ନୁହେଁ । ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରୁଥିବା ସୋନୁ ଚଳନ୍ତା ଟ୍ରେନର ଫାଟକ ପାଖରେ ବସି ପୁଣି ଏଭଳି ଯାତ୍ରା କରୁଛନ୍ତି । ଭିଡିଓରେ ଦେଖିପାରିବେ ସୋନୁ ଟ୍ରେନ ଫାଟକକୁ ପାଖରେ ବସି ବାହାରର ଦୃଶ୍ୟ ସବୁକୁ ଖୁବ ମଜାରେ ଉପଭୋଗ କରୁଛନ୍ତି । ଏଭଳି କାର୍ଯ୍ୟକୁ ଏଠାରେ ରେଳବାଇ ଆଦୌ ପ୍ରଶଂସା କରିନାହିଁ ବରଂ ତାଙ୍କ ସତର୍କ ବାଣୀ ଦେଇ ରେଲବାଇ ଟ୍ୱିଟ କରିଛି ।
ଏଠାରେ ଆମେ କହି ରଖୁଛୁ, ସୋନୁ ସୁଦ ଡିସେମ୍ବର ୧୩ରେ ନିଜ ଟ୍ୱିଟର ଏବଂ ଫେସବୁକ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁ ଭିଡିଓର ବ୍ୟାକଗ୍ରାଉଣ୍ଡରେ ବଲିଉଡର ଏକ ଫେମସ ଗୀତ ମୁସାଫିର ହୁଁ ୟାରୋଁ ଚାଲୁଥିଲା । ସୋନୁ ଗୀତ ଶୁଣିବା ସହ ଟ୍ରେନର ଗେଟ ପାଖରେ ବସିଥିବା ନଜିର ଆସୁଥିଲେ ।

ଯାହାକୁ ଦେଖିବା ପରେ ଉତ୍ତର ରେଳବାଇ ଜାନୁଆରୀ ୩ ରେ ସୋନୁଙ୍କ ଟ୍ୱିଟରେ ରିଟ୍ୱିଟ କରିଥିଲେ ।ପ୍ରିୟ ସୋନୁ ଆପଣ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆଦର୍ଶ । ଏଭଳି ଏକ ଚଳନ୍ତା ଟ୍ରେନର ଫାଟକ ପାଖରେ ବସି ଯାତ୍ରା କରିବା ଆଦୌ ସୁରକ୍ଷିତ ନୁହେଁ । ଏହା ବିପଦଜନକ ମଧ୍ୟ ହୋଇପାରେ । ଦୟା କରି ଏମିତି କିଛି କାମ କରନ୍ତୁ ନାହିିଁ । ଆପଣଙ୍କ ଏଭଳି ଭିଡିଓକୁ ଦେଖିଲା ପରେ ଆପଣଙ୍କୁ ଆଦର୍ଶ ମାନୁଥିବା ଲୋକଙ୍କୁ ଭୁଲ ବାର୍ତ୍ତା ଯାଉଛି । ସୁଗମ ଏବଂ ସୁରକ୍ଷିତ ଯାତ୍ରାର ମଜା ନିଅନ୍ତୁ ।

ଅନ୍ୟପଟେ ସୋନୁଙ୍କୁ ଭଲପାଉଥିବା ଅନେକ ଫ୍ୟାନ୍ସ ମଧ୍ୟ ତାଙ୍କର ଏହି ହରକତ ଉପରେ ଖୁସି ନାହାନ୍ତି ଏହାକୁ ଏକ ଦାୟିତ୍ୱହୀନତା ବୋଲି ଆକ୍ଷେପ କରି କମେଣ୍ଟ ଦେଇଛନ୍ତି ।
ରେଳବିଭାଗକୁ ସୋନୁ ନିଜର ଉତ୍ତର ମଧ୍ୟ ରଖିଛନ୍ତି । ସେ ଏବାବଦରେ କ୍ଷମାପ୍ରାର୍ଥୀ ଥିବା କହିଛନ୍ତି, ଟ୍ରେନର ଦୁଆରେ ଏମିତି ହିଁ ବସି ଯାଇଥିବା କହିଲେ । ସେ କେବଳ ଦେଖିବାକୁ ଚାହୁଁଥିଲେ ଯେ, ସେହି ଲକ୍ଷ ଲକ୍ଷ ଗରୀବ ଲୋକମାନେ ଏଠାରେ ବସି କେମିତି ଅନୁଭବ କରିଥାନ୍ତି । ଏହା ସହ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ଜୀବନ ଆଜି ବି ଏମିତି ଟ୍ରେନ ଫାଟକ ବାହାରେ କଟୁଛି ।

ସୋନୁ ଏଠାରେ ରେଳବାଇର ପ୍ରଶଂସା ମଧ୍ୟ କରିଛନ୍ତି । ଦେଶବାସୀଙ୍କୁ ରେଳବାଇ ତରଫରୁ ମିଳୁଥିବା ସୁବିଧା ପାଇଁ ସୋନୁ ଧନ୍ୟବାଦ ଜଣାଇଛନ୍ତି ।