spot_img

Latest Posts

ବଢ଼ୁଛି ସୋନୁଙ୍କ ଅଡ଼ୁଆ, ଦ୍ୱିତୀୟ ଦିନରେ ବି ଘରେ ସର୍ଭେ ପାଇଁ ପହଞ୍ଚିଲା ଆୟକର ବିଭାଗ

ମୁମ୍ବାଇ: ବଢ଼ିବାରେ ଲାଗିଛି ସୋନୁ ସୁଦଙ୍କ ଅଡ଼ୁଆ । ବୁଧବାର ଭଳି ଆୟକର ବିଭାଗ ଟିମ୍ ଆଜି ମଧ୍ୟ ସୋନୁଙ୍କ ସର୍ଭେ କରିବାକୁ ପହଞ୍ଚିଯାଇଛି। ବୁଧବାର ଆୟକର ବିଭାଗ ସୋନୁଙ୍କ ଘର ସମେତ ତାଙ୍କ ଲିଙ୍କରେ ଥିବା ୬ଟି ସ୍ଥାନ ଉପରେ ସର୍ଭେ କରିଥିଲା। ହେଲେ କିଛି ବି ଜବତ ହୋଇନଥିଲା। ତେବେ ଆଜି ସକାଳୁ ପୁଣିଥରେ ଏହି ଟିମ୍ ସର୍ଭେ କରିବାକୁ ସୋନୁଙ୍କ ଘରେ ପହଞ୍ଚିଛନ୍ତି।

ସୂଚନାନୁସାରେ, ସୋନୁ ସୁଦଙ୍କ ଆର୍ଥିକ ରେକର୍ଡ, ଆୟ, ଆକାଉଣ୍ଟ ବୁକ୍, ଖର୍ଚ୍ଚ ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ କରାଯାଉଛି। ତେବେ ସୋନୁଙ୍କ ଘରେ ଚାଲିଥିବା ଏହି ସର୍ଭେକୁ ନେଇ ଆଦମୀ ପାର୍ଟି ଅସନ୍ତୋଷ ବ୍ୟକ୍ତ କରିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲ ସୋନୁଙ୍କ ସପକ୍ଷରେ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ ସତ୍ୟର ମାର୍ଗରେ ବହୁତ ବାଧାବିଘ୍ନ ଆସେ କିନ୍ତୁ ସତ୍ୟ ସବୁବେଳେ ବିଜୟୀ ହୁଏ। ସୋନୁ ସୁଦଙ୍କ ସହ ସେହି ଲକ୍ଷ ଲକ୍ଷ ପରିବାରର ପ୍ରାର୍ଥନା ଅଛି ଯେଉଁମାନଙ୍କୁ ସେ ଅସୁବିଧା ସମୟରେ ସାହାଯ୍ୟ କରିଥିଲେ।

ଅନ୍ୟପଟେ ଅଭିନେତା ସୋନୁଙ୍କର କିନ୍ତୁ ଏଯାଏ ଏ ସମ୍ବନ୍ଧୀୟ କୌଣସି ପ୍ରତିକ୍ରିୟା ମିଳିନାହିଁ । ଲଗାତା ଦୁଇ ଦିନ ଧରି ତାଙ୍କ ଘରେ ସର୍ଭେ କ’ଣ ପାଇଁ କରାୟାଉଛି, ତା’ର ମଧ୍ୟ କାରଣ ଅସଷ୍ପଷ୍ଟ ରହିଛି।

Latest Posts

Don't Miss