ଜେଲରେ ରୁଟି ସହିତ ମଟନ୍ ଖାଉଛି ସଂଜୟ

କୋଲକାତା: ଜେଲରେ ମଉଜ କରୁଛି ସଞ୍ଜୟ  । ଦୁଷ୍କର୍ମକାରୀକୁ ବିଳାସମୟ ଚର୍ଚ୍ଚା  । ଜେଲରେ ଥାଟବାଟ ପୁରା ଅଲଗା  । ସାଧା ନୁହେଁ ଆମିଷ ଖାଉଛି ଅଭିଯୁକ୍ତ  । ରାତ୍ରିଭୋଜନରେ ଖାଉଛି ମଟନ  । ପାଟିରେ ଆମିଷ ନ ବାଜିଲେ ସଞ୍ଜୟକୁ ଖାଇବା ରୁଚୁନି  । ପ୍ରେସିଡେନ୍ସି ଜେଲର ସେଲ୍‌ ନମ୍ବର ୨୧ରେ ବନ୍ଦ ସଞ୍ଜୟର ରାଜକୀୟ ଆତିଥ୍ୟ ଚାଲିଛି  । କାଲି ରାତିରେ ଜେଲରେ ରୁଟି ଓ ମଟନ ଖାଇଛି ସଞ୍ଜୟ  ।

ଗତକାଲି ସିବିଆଇ ଟିମ କୋଲକତାର ପ୍ରେସିଡେନ୍ସି ଜେଲରେ ସଞ୍ଜୟର ପଲିଗ୍ରାଫ ଟେଷ୍ଟ କରିଥିଲା  । ସିସିଟିଭି ଫୁଟେଜରେ ସଞ୍ଜୟକୁ ହତ୍ୟା ଦିନ ଭୋର ୪ଟା ସମୟରେ ଆରଜି କର ମେଡିକାଲ କଲେଜରେ ପ୍ରବେଶ କରିବାର ଦେଖିବାକୁ ମିଳିଥିଲା  ।  ବର୍ତ୍ତମାନ ସୁଦ୍ଧା ସିବିଆଇ ଜେରାରେ ସଞ୍ଜୟ କିଛି ଖାସ କଥା ଖୁଲାସା କରିନାହିଁ  ।

ଅଭିଯୁକ୍ତ ସଞ୍ଜୟର ମା’ କହିଛନ୍ତି ଯେ ତାଙ୍କ ପୁଅକୁ ଏହି ମାମଲାରେ ଫସାଇ ଦିଆଯାଇଛି  । ସେପଟେ ତାଙ୍କ ପଡୋଶୀ କହିଛନ୍ତି ଯେ ସଞ୍ଜୟର ଚାଲି ଚଳଣ ସବୁ ଅପରାଧୀଙ୍କ ଭଳି  । ସବୁବେଳେ ମଦ୍ୟପାନ କରି ନିଶାସକ୍ତ ରହୁଥିଲା ସଞ୍ଜୟ  । ପଡୋଶୀଙ୍କ କହିବା କଥା ଯେ ସେ ନିଶାସକ୍ତ ଅବସ୍ଥାରେ ଆଖପାଖ ମହିଳାଙ୍କୁ ଏଭଳି ଦେଖୁଥିଲା ଯେ ତାକୁ ଭୟ କରି ମହିଳା ମାନେ ଘରୁ ବାହାରୁ ନଥିଲେ  ।

 

ଆରଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋଲକାତା ପୋଲିସର ସିଭିଲ ଭଲ୍ୟୁଣ୍ଟର ସଞ୍ଜୟ ରାୟଙ୍କୁ ଗିରଫ କରାଯାଇଛି  । ଏହି କ୍ରୁର ଘଟଣା ପୁରା ଦେଶକୁ ଆକ୍ରୋଶିତ କରିଛି  । ଘଟମାକୁ ବିରୋଧ କରି ସମଗ୍ର ଭାରତରେ ବିରୋଧ ପ୍ରଦର୍ଶନ କରାଯାଇଥିଲା  । ବିଭିନ୍ନ ଡାକ୍ତର ସଙ୍ଗଠନ ପାଖାପାଖି ଏକ ସପ୍ତାହରୁ ଅଧିକ ସମୟ ଧରି ଆନ୍ଦୋଳନ ଜାରି ରଖିଥିଲେ  । ଘଟଣା ପରଠୁ ଅଭିଯୁକ୍ତକୁ ତା ମା ଦେଖିନଥିବା ଦାବି କରିଛନ୍ତି  । ସେପଟେ ଅଭିଯୁକ୍ତର ଭଉଣୀ ମାନେ ଏହି ଘଟଣା ପରଠୁ ତାକୁ ଚିହ୍ନିନଥିବା କହିଛନ୍ତି  ।

ଆରଜି କର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରଏଙ୍କ ମା ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଖରାପ ସମୟରେ ମୋର କୌଣସି ଝିଅ ଘରକୁ ଆସୁ ନାହାନ୍ତି  । ୪ ଜଣ ମୋତେ ଛାଡି ଚାଲିଯାଇଛନ୍ତି  । ମୋର ବହୁତ ସୁନ୍ଦର ପରିବାର ଥିଲା  । ମୋ ସ୍ବାମୀଙ୍କ ମୃତ୍ୟୁ ପରେ ସବୁକିଛି ବିଗିଡି ଯାଇଛି  । ମୋର ସୁନ୍ଦର ପରିବାର ଏବେ କେବଳ ସ୍ମୃତି ହୋଇ ରହିଯାଇଛି  । ମୋ ପୁଅକୁ ଦେଖା କରାଇବା ପାଇଁ କେହି ମୋତେ ନେଇକି ଯାଉନାହାନ୍ତି  । ଅଦାଲତରେ କେମିତି ଆବେଦନ କରାଯାଏ ତାହା ମଧ୍ୟ ମୋତେ ଜଣାନାହିଁ ବୋଲି ଅଭିମାନ କରିଛନ୍ତି ସଞ୍ଜୟଙ୍କ ମା  ।