ହର ଘର ତ୍ରିରଙ୍ଗା ବିଜ୍ଞାପନରୁ ନେହେରୁଙ୍କୁ ହଟାଇଲେ କର୍ଣ୍ଣାଟକ ସରକାର; ଏଭଳି କହିଲେ, ସୋନିଆ ଗାନ୍ଧୀ

1 min read

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ୭୬ ସ୍ୱାଧୀନତା ଦିବସ ବାର୍ତ୍ତାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୋନିଆ। କର୍ଣ୍ଣାଟକରେ ହର ଘର ତ୍ରିରଙ୍ଗା ବିଜ୍ଞାପନରୁ ନେହେରୁଙ୍କୁ ବାଦ୍‌ ଦେବା ପରେ ସେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।

‘ବନ୍ଧୁଗଣ ବିଗତ ୭୫ ବର୍ଷ ମଧ୍ୟରେ ଆମେ ବହୁତ କିଛି ହାସଲ କରିଛୁ, କିନ୍ତୁ ବର୍ତ୍ତମାନର ସରକାର ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ନିଚ୍ଚା ଦେଖାଇବାରେ ବ୍ୟସ୍ତ ଅଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସୋନିଆ କହିଛନ୍ତି ।  ରାଜନୈତିକ ସ୍ୱାର୍ଥ ହାସଲ କରିବାକୁ ଯାଇ ଐତିହାସିକ ତଥ୍ୟକୁ ମୋଡ଼ି ମକଚି ସତ୍ୟ ବୋଲି ପ୍ରମାଣିତ କରାଇବା ଏବଂ ନେହେରୁ-ପଟେଲ-ଆଜାଦଙ୍କୁ ମିଥ୍ୟା ପ୍ରଚାର ବରଦାସ୍ତ କରାଯିବ ନାହିଁ ।

ରବିବାର ବିଜେପି ପକ୍ଷରୁ ଏକ ଭିଡିଓ ଜାରି କରାଯାଇଥିଲା ଯେଉଁଥିରେ ୧୯୪୭ରେ ଦେଶ ବିଭାଜନ ନେଇ ବିଜେପିକୁ ଦାୟୀ କରାଯାଇଥିଲା । ଯାହାର କଡ଼ା ଜବାବ ଦେଇଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ସାବରକଙ୍କୁ ଦେଶ ବିଭାଜନ ସପକ୍ଷରେ ମତ ବାଢ଼ିଥିବା ବେଳେ ଜିହ୍ନା ଏହାକୁ ସଫଳ କରାଇଥିଲେ । ଏଭଳି କି ଆମେ ଯଦି ଦେଶକୁ ଦୁଇ ଭାଗରେ ବିଭକ୍ତ କରିନଥାନ୍ତୁ ତେବେ ଦେଶ ଅନେକ ଭାଗରେ ବିଭକ୍ତ ହୋଇଯାଇଥା’ନ୍ତା । ଏନେଇ ସର୍ଦ୍ଦାର ପଟେଲ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଥିବା ଜୟରାମ ରମେଶ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ହର ଘର ତ୍ରିରଙ୍ଗା ବିଜ୍ଞାପନରେ ନେହେରୁଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭାବେ ଦର୍ଶାଯାଇନଥିବା ବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ବୋମ୍ମାଇ ତାଙ୍କ ଚୌକି ବଞ୍ଚାଇବା ପାଇଁ ଏଭଳି କରୁଥିବା କଂଗ୍ରେସ ଅଭିଯୋଗ କରିଛି ।

ଏଥିସହିତ ପଢ଼ନ୍ତୁ: ଏ ରାଷ୍ଟ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ପାଖରେ କୃତଜ୍ଞ: ପ୍ରଧାନମନ୍ତ୍ରୀ