ଚାକିରି ଚୁକ୍ତି ଅବଧି ବୃଦ୍ଧି ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ ଏଡିଏମଓ

Sonepur ADMO Nabakishore Behera In Vigilance Net

ସୋନପୁର: ଭିଜିଲାନ୍ସ ଜାଲରେ ଏଡିଏମଓ । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ (ପିଏଚ୍) ନବକିଶୋର ବେହେରା ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ନିଜର ଅଧସ୍ଥନ କର୍ମଚାରୀ ବିଦ୍ୟୁତ ପ୍ରକାଶ ଖମାରୀଙ୍କ ଠାରୁ ନବକିଶୋର ଲାଞ୍ଚ ନେଉଥିଲେ । ଚାକିରି ଚୁକ୍ତି ବୃଦ୍ଧି ପାଇଁ ୧୬ ହଜାର ଟଙ୍କା ନେବା ବେଳେ ନବକିଶୋରଙ୍କୁ ଧରିଛି ଭିଜିଲାନ୍ସ ।

Sonepur ADMO Nabakishore Behera In Vigilance Net

ନବକିଶୋର ଲାଞ୍ଚ ଦାବି କରୁଥିବା ନେଇ ଖମାରୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ମୁତାବକ ନବକିଶୋର ଲାଞ୍ଚ ନେବା ବେଳେ ଧରିଥିଲା । ଲାଞ୍ଚ ନେଉଥିବା ଟଙ୍କା ଜବତ କରିବା ସହ ଡାକ୍ତର ନବକିଶୋରଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ଜାରି ରଖିଛି । ନବକିଶୋରଙ୍କ ସୁବର୍ଣ୍ଣପୁର ସ୍ଥିତ ସରକାରୀ ବାସଭବନ, ଡୁଙ୍ଗୁରିପାଲି ବାସଭବନ ଓ କନ୍ଧମାଳର ପୈତୃକ ଘରେ ରେଡ୍ ଜାରି ରହିଥିବା ଭିଜଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply