ସୋନାଲିଙ୍କୁ ପତ୍ନୀ କହୁଥିଲେ ସୁଧୀର, ମୃତ୍ୟୁ ପରେ ଚର୍ଚ୍ଚାରେ ଗୁରୁଗ୍ରାମ ଫ୍ଲାଟ୍

1 min read

ଗୁରୁଗ୍ରାମ: ଟିକ୍‌ଟକ୍‌ ଷ୍ଟାର ତଥା ବିଜେପି ନେତା ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୋଆ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ  । ଗୋଆର କର୍ଲିକ୍ଲବ୍‌ ମାଲିକଙ୍କୁ ଗିରଫ କରିଛି ପୋଲିସ  । କ୍ଲବର ବାଥରୁମରୁ ଡ୍ରଗ୍ସ ଜବତ କରିଛି ପୋଲିସ  । ମାମଲାରେ ବର୍ତ୍ତମାନ ସୁଦ୍ଧା ୪ ଅଭିଯୁକ୍ତ ଫୋଗାଟଙ୍କ ପିଏ ସୁଧୀର ସାଙ୍ଗୱାନ, ସହଯୋଗୀ ସୁଖବିନ୍ଦର ସିଂ,କ୍ଲବ ମାଲିକ ଓ ଡ୍ରଗ୍ସ ବେପାରୀକୁ ଗିରଫ କରିଛି  ।

ଦିନକୁ ଦିନ ସୋନାଲି ମୃତ୍ୟୁକୁ ନେଇ ଖୋଲୁଛି ସସପେନ୍ସ । ସାମ୍ନାକୁ ଆସୁଛି ନୂଆ ରହସ୍ୟ । ଗୋଆରେ ସୋନାଲିଙ୍କ ମୃତ୍ୟୁ ପରେ  ତାଙ୍କ ପିଏ ସୁଧୀର ସାଙ୍ଗଓ୍ବାନଙ୍କ ଉପରେ ସନ୍ଦେହ କରିଥିଲେ ପରିବାର ଲୋକେ । ଏ ନେଇ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଡ୍ରଗ୍ସ କନେକ୍ସନକୁ ନେଇ ସାଂଘାତିକ ଖୁଲାସା କରିଥିଲା ଗୋଆ ପୋଲିସ । ଡ୍ରଗ୍ସ ଥିଓରୀ ପରେ ସୋନାଲିଙ୍କ ଗୁରୁଗ୍ରାମ ଫ୍ଲାଟ ନମ୍ବର ୯୦୧ ଏହି ମାମଲାକୁ ଆହୁରି ରହସ୍ୟଘେରକୁ ଟାଣିଛି । ଗୁରୁଗ୍ରାମରେ ଭଡାରେ ନେଇଥିବା ଫ୍ଲାଟ୍‌ରେ ସୁଧୀର ଓ ସୋନାଲି ସ୍ବାମୀ ସ୍ତ୍ରୀର ପରିଚୟ ନେଇ ରହୁଥିଲେ ।

ଗୋଆ ଯିବା ପୂର୍ବରୁ ମଧ୍ୟ ସୋନାଲି ଓ ସୁଧୀର ସେହି ଆପାର୍ଟମେଣ୍ଟକୁ ଯାଇଥିଲେ । ସେଠାରୁ କ୍ୟାବ ଯୋଗେ ଏୟାରପୋର୍ଟ ଯାଇଥିଲେ ବୋଲି ସୂଚନା ମିଳିଛି । କ୍ରିଷ୍ଣକାନ୍ତ ତିଓ୍ବାରୀ ନାମକ ବ୍ୟକ୍ତିଙ୍କ ନାଁରେ ଥିବା ଏହି ଆପାର୍ଟମେଣ୍ଟକୁ ଭଡାରେ ନେଇଥିଲେ ସୋନାଲି । ପୂର୍ବତନ ବିଗବସ୍ ପ୍ରତିଯୋଗୀ ତଥା ବିଜେପି ନେତା ସୋନାଲିଙ୍କ ଗୋଆର ଏକ ହୋଟେଲରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ହୃଦଘାତରେ ସୋନାଲିଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ଏ ନେଇ ହତ୍ୟା ମାମଲା ରୁଜୁ ହୋଇଛି ।

ଅନ୍ୟପଟେ ସୋନାଲିଙ୍କ ଦୁଇ ସହଯୋଗୀ ସୁଧୀର ଓ ସୁଖବିନ୍ଦର ତାଙ୍କୁ MDMA ମିଶ୍ରିତ ପାଣି ପିଇବାକୁ ଦେବାରୁ ସୋନାଲିଙ୍କ ମୃତ୍ୟୁ ହୋଇଥିବା ଗୋଆ ପୋଲିସ କହିଥିଲା । ମାମଲାରେ ପୋଲିସ ପୂର୍ବରୁ ସୁଧୀର ଓ ସୁଖବିନ୍ଦରଙ୍କୁ ଗିରଫ କରିଥିବା ବେଳେ ଜଣେ ଡ୍ରଗ୍‌ସ ଡିଲରଙ୍କୁ ମଧ୍ୟ ହେପାଜତକୁ ନେଇଛି ।…