ବାହାଘରର ତିନି ଦିନ ପରେ ଇନଷ୍ଟାରେ ଇଏ କ’ଣ ସେୟାର କଲେ ସୋନାକ୍ଷୀ ?

1 min read

ମୁମ୍ବାଇ: ସୋନାକ୍ଷୀ ସିହ୍ନା ଓ ଜାହିର ଇକବଲଙ୍କ ବିବାହକୁ ନେଇ ତାଙ୍କ ଫ୍ୟାନ୍ସ ମାନେ ଏକ୍ସାଇଟେଡ୍‌ ଥିବାବେଳେ ଅନ୍ୟପଟେ ସୋସିଆଲ ମିଡିଆ ୟୁଜର ସୋନା ଓ ତାଙ୍କ ପରିବାରର ମଜାକ୍‌ ଉଡାଇବାକୁ ଭୁଲି ନାହାନ୍ତି  । ଦୁହିଁଙ୍କ ବିବାହକୁ ନେଇ ସୋସିଆଲ ମିଡିଆ ସାଇଟସ୍‌ରେ ଦୁଇଟି ଗ୍ରୁପ ହୋଇଛି  । କିଛି ଲୋକଙ୍କ କହିବା କଥା ଯେ ସୋନାକ୍ଷୀଙ୍କୁ ନିଜ ଜୀବନ ବଞ୍ଚିବାର ସମ୍ପୂର୍ଣ୍ଣ ଅଧିକାର ରହିଛି  । କିନ୍ତୁ ଆଉ କିଛି ୟୁଜର କହିଛନ୍ତି ଯେ ଯାହାର ନାମ ଶତ୍ରୁଘ୍ନ, ଘର ନାମ ରାମାୟଣ, ଦୁଇ ପୁଅଙ୍କ ନାମ ଲବ କୁଶ ସେହି ଘରର ଝିଅ ପରିବାରର ମର୍ଯ୍ୟାଦା ହାନି କରିଛି  ।

 

ଏହାରି ମଧ୍ୟରେ ଅଭିନେତ୍ରୀ ଜଣକ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ରି-ସେୟାର କରିଛନ୍ତି  । ଯାହା ଦେଖିବା ପରେ ଜଣାପଡୁଛି ଯେ ସୋନାଙ୍କୁ ଏହି ଟ୍ରୋଲିଂରୁ କିଛି ଫରକ ପଡୁନାହିଁ  । ରି ସେୟାର କରାଯାଇଥିବା ପୋଷ୍ଟରେ ସୋନାକ୍ଷୀ ଓ ଜାହିରଙ୍କ କ୍ୟାରିକେଚର ଦେଖିବାକୁ ମିଳୁଛି  । ଏହି କ୍ୟାରିକେଚର ନବଦମ୍ପତି ବହୁତ କ୍ୟୁଟ ଦେଖାଯାଉଛନ୍ତି  । ଏହି ଫଟୋରେ କ୍ୟାପସନ୍‌ ଲେଖାଯାଇଛି ଯେ ‘‘ପ୍ରେମ ବିଶ୍ବସ୍ତରୀୟ ଧର୍ମ ଅଟେ । ସୋନାକ୍ଷୀ ଓ ଜାହିରଙ୍କୁ ସୁଖୀ ଜୀବନର ଶୁଭକାମନା’’  ।

 

ସେପଟେ ଶତ୍ରୁଘ୍ନ ମଧ୍ୟ ଝିଅ ଓ ଜ୍ବାଇଙ୍କୁ ନେଇ ନେଗେଟିଭ କମେଣ୍ଟ ନ କରିବାକୁ ନିବେଦନ କରିଛନ୍ତି  । ମୋ ଝିଅ କିଛି ଅସାମ୍ବିଧାନିକ କରିନାହିଁ ବୋଲି ଶତ୍ରୁଘ୍ନ କହିଛନ୍ତି  । ବିବାହ ପୂର୍ବଦିନ ଜାହୀର ସୋନାଙ୍କୁ ୨ କୋଟି ମୂଲ୍ୟର ଏକ କାର ଉପହାର ଦେଇଛନ୍ତି  ।