ଜାହୀରଙ୍କୁ ବିବାହ ପୂର୍ବରୁ ସୋନାଙ୍କ ଭାଇ କଲେ ଅଜବ ପୋଷ୍ଟ

ନୂଆଦିଲ୍ଲୀ: ସୋନାକ୍ଷୀ ସିହ୍ନା ଓ ଜାହିର ଇକବାଲଙ୍କ ବିବାହକୁ ନେଇ ଖୁସି ନାହାନ୍ତି ସୋନାଙ୍କ ପରିବାର  । କିଛି ଦିନ ପୂର୍ବରୁ ସୋନାକ୍ଷୀଙ୍କ ମାମୁଁ ପହଲାଜ ନିହଲାନୀ କହିଥିଲେ ଯେ ସୋନାଙ୍କ ବିବାହ ଫଇସଲାରେ ଏକମତ ନୁହଁନ୍ତି ପରିବାର  । ଏବେ ପୁଣି ତାଙ୍କ ଭାଇ ଲବ ସିହ୍ନା ଇନଷ୍ଟାଗ୍ରାମରେ ପୋଷ୍ଟ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି  ।

ଲବ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବାକୁ ଟ୍ରିପ୍‌ର ଫଟୋ ସେୟାର କରିଛନ୍ତି  । ପୋଷ୍ଟରେ ସେ ଲେଖିଛନ୍ତି ସମୟ ସହ ଏହା ସମସ୍ୟା କି ଆମ ପାଖରେ ଏହା ପର୍ଯ୍ୟାପ୍ତ ନୁହେଁ  । କେହି କେହି ଏହାକୁ କହିଛନ୍ତି ଯେ ସିହ୍ନା ପରିବାରକୁ ସୋନାକ୍ଷୀଙ୍କ ବିବାହ ବିଷୟରେ ବିବାହ ବିଷୟରେ ଖବର ନ ଥିବାରୁ ପ୍ରସ୍ତୁତି ପାଇଁ କମ ସମୟ ମିଳିଛି  । ସେପଟେ ଲବ ସିହ୍ନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୋନାଙ୍କୁ ଫଲୋ ମଧ୍ୟ କରିନାହାନ୍ତି  ।

ଏହା ପୂର୍ବରୁ ସୋନାଙ୍କ ମାମୁଁ ବାହାଘରକୁ ନେଇ ଅଜବ ବୟାନ ଦେଇଥିଲେ  । ସେ କହିଥିଲେ ବିବାହକୁ ନେଇ ବାପା ଝିଅଙ୍କ ମଧ୍ୟରେ ମନୋମାଳିନ୍ୟ ରହିଛି  । ଏହା ସମୟକ୍ରମେ ଠିକ୍‌ ହୋଇଯିବ  । ସେ ଆହୁରି କହିଥିଲେ ଯେ ଶତ୍ରୁଜୀଙ୍କ କହିବା କଥା ‘ଆଜିକାଲିର ପିଲା ଅନୁମତି ମାଗନ୍ତି ନାହିଁ, ନିଷ୍ପତ୍ତି ଜଣାଇ ଦିଅନ୍ତି  । ଯଦି ସୋନାକ୍ଷୀ ନିଜ ପସନ୍ଦର ପିଲାକୁ ଜୀବନସାଥୀ କରିବାକୁ ବାଛିଛନ୍ତି ତେବେ ଏଥିରେ ଖପ୍ପା ହେବାର କୌଣସି କାରଣ ନାହିଁ  ।