ସୋଲାପୁରର ପ୍ରାଇମେରୀ ଶିକ୍ଷକ ଜିତିଲେ Global Teacher Prize, ମିଳିଲା ୭ କୋଟିର ପୁରସ୍କାର ରାଶି

1 min read

ମହାରାଷ୍ଟ୍ର: ମହାରାଷ୍ଟ୍ରର ସୋଲାପୁର ଜିଲ୍ଲା ପରିଷଦ ସ୍କୁଲର ଏକ ପ୍ରାଇମେରୀ ଶିକ୍ଷକ ୭ କୋଟି ଟଙ୍କାର ପୁରସ୍କାର ଜିତିଛନ୍ତି । ରଣଜିତ ସିଂହ ଡିସଲେ ଗ୍ଲୋବାଲ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ତାଙ୍କୁ ଏହି ପୁରସ୍କାର ରାଶି ପ୍ରଦାନ କରାଯାଇଛି । ପ୍ରଥମ ଥର ପାଇଁ କୌଣସି ଭାରତୀୟଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଶିକ୍ଷକର ମାନ୍ୟତା ମିଳିଛି ।

ୟୁନେସ୍କୋ ଏବଂ ଲଣ୍ଡନ ସ୍ଥିତ ୱାର୍କୀ ଫାଉଣ୍ଡେସନ ଦ୍ୱାରା ଦିଆଯାଉଥିବା ଗ୍ଲୋବାଲ ଟିଚର ପ୍ରାଇଜ ଡିସେମ୍ବର ୩ ତାରିଖ ଦିନ ଘୋଷଣା କରାଯାଇଥିଲା । ସୋଲାପୁର ପରିତୋୱାଡୀ ଜିଲ୍ଲା ପରିଷଦ ସ୍କୁଲର ଶିକ୍ଷକ ରଣଜିତସିଂହ ଡିସଲେ ଏହି ପୁରସ୍କାର ଜିତିଛନ୍ତି । ଲଣଅଡନର ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମରେ ହୋଇଥିବା ଏହି ସମାରୋହରେ ସୁପ୍ରସିଦ୍ଧ ଅଭିନେତା ଷ୍ଟିଫନ ଫ୍ରାୟ ଏହି ପୁରସ୍କାର ଘୋଷଣା କରିଥିଲେ ।

ବିଶ୍ୱର ୧୪୦ ଦେଶର ୧୨ ହଜାରରୁ ମଧ୍ୟ ଅଧିକ ଶିକ୍ଷକ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଝିଅ ମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଏବଂ ଭାରତରେ ଦ୍ରୁତ ପ୍ରତିକ୍ରିୟା (QR) କୋଡେଡ୍ ପାଠ୍ୟପୁସ୍ତକ ବିପ୍ଳବକୁ ତ୍ୱରାନ୍ୱିତ କରିବା ପାଇଁ ଉଦ୍ୟମ ପାଇଁ ରଣଜିତ ସିଂହ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

୨୦୧୪ରେ ୱର୍କେ ଫାଉଣଅଡେସନ ଦ୍ୱାରା ସ୍ଥାପିତ ବାର୍ଷିକ ପୁରସ୍କାର ପାଇଁ ବିଶ୍ୱବ୍ୟାପି ୧୦ ଜଣ ପ୍ରତିଯୋଗୀଙ୍କୁ ବଛାଯାଇଥିଲା । ଏହି ପୁରସ୍କାର ଏମିତି ବିଚକ୍ଷଣ ଶିକ୍ଷକଙ୍କୁ ଦିଆଯାଏ ଯେଉଁମାନେ ନିଜର ଶିକ୍ଷଣ କ୍ଷେତ୍ର ଉକ୍ତୃଷ୍ଟ ଯୋଗଦାନ ଦେଇଛନ୍ତି । ରଣଜିତ ସିହଂଙ୍କ ଏହି ସଫଳତାରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରଣଜିତ ସିଂହ ଡିସଲେ ଜିତିଥିବା ପୁରସ୍କାର ରାଶିର ୫୦ ପ୍ରତିଶତ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ପହଁଞ୍ଚିଥିବା ଶିକ୍ଷକଙ୍କ ସହ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି କାରଣରୁ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଲାଭ କରିବା ପାଇଁ ସୁଯୋଗ ମିଳିବ । ଏହି ସମାରୋହ ଭର୍ଚ୍ୟୁଆଲ ଆୟୋଜିତ କରାଯାଇଥିଲା ।

Leave a Reply