ସାପ କାମୁଡ଼ାରେ ଭାଇଭଉଣୀଙ୍କ ମୃତ୍ଯୁ !

ବଲାଙ୍ଗୀର: ସାପ କାମୁଡ଼ାରେ ଭାଇଭଉଣୀ ମୃତ୍ଯୁ ସନ୍ଦେହ। ବଲାଙ୍ଗୀର ସଇଁତଲା ଥାନା ବିବିନା ପଂଚାୟତ ଜାମପଦର ଗାଁରେ ଘଟିଛି ଅଭାବନୀୟ ଘଟଣା। ମୃତକ ୬ ବର୍ଷୀୟା ଝିଅ ମୋନିକା ସାଗର ଓ ୯ ବର୍ଷୀୟ ପୁଅ ଭାବଗ୍ରାହୀ ସାଗର।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଉଭୟ ବାପାମାଙ୍କ ସହ ଖଟରେ ଶୋଇଥିଲେ । ସକାଳୁ ଉଭୟ ଅସୁସ୍ଥ ଜଣାପଡ଼ିବାରୁ ସେମାନଙ୍କୁ ପ୍ରଥମେ ସଇଁତଳା ଡାକ୍ତରଖାନା ଓ ପରେ ବଲାଙ୍ଗୀର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଅଧା ରାସ୍ତାରେ ଝିଅ ମୋନିକାର ମୃତ୍ଯୁ ହୋଇଥିବାବେଳେ ବଲାଙ୍ଗୀର ମେଡିକାଲରେ ପୁଅ ଭାବଗ୍ରାହୀର ମୃତ୍ଯୁ ଘଟିଛି । ମୃତ୍ଯୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଶବ ବ୍ଯବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ । ସାପ କାମୁଡ଼ାରେ ଉଭୟଙ୍କର ମୃତ୍ଯୁ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।