ସଂସଦରେ ପାଖାପାଖି ଦେଖିବାକୁ ମିଳିଲେ ରାହୁଲ-ସ୍ମୃତି, ରାଜନୈତିକ ମହଲରେ ଉଠିଲା ଏଭଳି ଚର୍ଚ୍ଚା

1 min read

ନୂଆଦିଲ୍ଲୀ: ସୋମବାର ବଜେଟ ଅଧିବେଶନର ଆରମ୍ଭରେ କିଛି ରୋଚକ ଚିତ୍ର ଦେଖିବାକୁ ମିଳିଥିଲା । କିଛି ଏଭଳି ଫଟୋ ସାମ୍ନାକୁ ଆସିଛି ଯାହା ରାଜେନୖତିକ ମହଲରେ ଚର୍ଚ୍ଚାରେ ବିଷୟ ପାଲଟିଛି । ଏବଂ ଭିନ୍ନ ଭିନ୍ନ ଲୋକେ ଏହାକୁ ନେଇ ଭିନ୍ନ ଅର୍ଥ ବାହାର କରୁଛନ୍ତି । ଆଜିର ଅଧିବେଶନ ଆରମ୍ଭ ପୂର୍ବରୁ ୨ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପାଖାପାଖି ଦେଖିବାକୁ ମିଳିଥିଲା । ଅର୍ଥାତ ରାହୁଲ ଗାନ୍ଧୀ-ସ୍ମୃତି ଇରାନୀଙ୍କୁ ପାଖାପାଖି ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ରାହୁଲ ଓ ସ୍ମୃତି ଇରାନୀ ଗତ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶର ଆମେଠି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ରାହୁଲ ପରାସ୍ତ ହେବ ସହ ତାଙ୍କୁ ସୁଦୂର କେରଳାର ଓ୍ୱାୟନଡ୍ ଯିବାକୁ ପଡ଼ିଥିଲା । ତେବେ ଆଜିର ଏହି ଚିତ୍ର ଲୋକେ କହୁଛନ୍ତି, ରାଜନୀତିରେ କେହିଁ କାହାର ଶତ୍ରୁ ନୁହଁନ୍ତି କି କେହିଁ କାହାର ମିତ୍ର ନୁହଁନ୍ତି ।

ଅନ୍ୟପକ୍ଷରେ ସ୍ମୃତି ଇରାନୀଙ୍କୁ ନେଇ ଅନ୍ୟ ଏକ ଫଟୋ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଥିରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ଜାତୀୟ ମୁଖ୍ୟ ମୁଲାୟମ୍ ସିଂହ ଯାଦବ ସଂସଦ ପରିସରକୁ ପ୍ରବେଶ କରୁଥିବା ବେଳେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନ ସହ ମଧ୍ୟ ଯୋଡ଼ି ଦେଖାଯାଉଛି ।

ଏଥିସହିତ ପଢ଼ନ୍ତୁ: ନିର୍ବାଚନ ତ ଜାରି ରହିବ କିନ୍ତୁ ବଜେଟ ଅଧିବେଶନ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ

Leave a Reply