ମହାନଦୀରେ ଆସୁଛି ଛୋଟରୁ ମଧ୍ୟମ ଧରଣ ବନ୍ୟା, ମୁଣ୍ଡଳୀରେ ପ୍ରବାହିତ ହେବ ୯ ଲକ୍ଷ କ୍ୟୁସେକରୁ ଅଧିକ ଜଳ

1 min read

ଭୁବନେଶ୍ୱର: ଫୁଲୁଛି ନଦୀ ବଢୁଛି ବନ୍ୟା ଆଶଙ୍କା । ଫୁଲୁଛି ମହାନଦୀ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ମହାନଦୀର ଜଳସ୍ତର । ବର୍ତ୍ତମାନ ମୁଣ୍ଡଳୀ ବ୍ୟାରେଜ ଦେଇ ୭ ଲକ୍ଷ ୫୪ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉ । ବନ୍ୟାସ୍ଥିତି ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ମୁଣ୍ଡଳୀରେ ସନ୍ଧ୍ୟା ସୁଦ୍ଧା ପିକରେ ପହଞ୍ଚିବ ମହାନଦୀ ବନ୍ୟାଜଳ । ବଡ଼ ଧରଣର ନୁହେଁ ମଧ୍ୟମ ଧରଣର ବନ୍ୟା ହେବ । ୯ ଲକ୍ଷରୁ ସାଢ଼େ ୯ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳୀରେ ପ୍ରବାହିତ ହେବ । ଆଜି ରାତି ଆମ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ସ୍ଥିତି ଉପରେ ନଜର ରହିଛି । ବନ୍ୟାରେ ପ୍ରଭାବତି ହେବାକୁ ଥିବା ଜିଲ୍ଲାରେ ଜିଲ୍ଲାପାଳମାନେ ସତର୍କ ରହିଛନ୍ତି । ସେହିପରି ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ଅଧିକାରୀମାନେ ସଜାଗ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ।

SRC ଅଫିସରୁ ସବୁ ଜିଲ୍ଲପାଳମାନଙ୍କୁ ଆଲର୍ଟ କରାଯାଇଛି । ଆଜି ସକାଳ ୬ଟାରେ SRC ବୈଠକ ନେଇଥିଲେ । ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଜଳ ସମ୍ପଦ ବିଭାଗର ଅଧିକାରୀମାନଙ୍କୁ ସଜାଗ ରଖାଯାଇଛି । ବିପଦ ସଂକେତ ଉପରେ ଥିବା ବୈତରଣୀର ଜଳସ୍ତର ଆଖୁଆପଦା ଓ ଆନନ୍ଦପୁରଠାରେ କମିବାକୁ ଲାଗିଲାଣି । କିଛି ବଡ଼ ଅଘଟଣ ହୋଇନି । ଆଜି ସକାଳେ ବ୍ରାହ୍ମଣୀର ଜଳସ୍ତର ଜେନାପୁର ପାଖରେ ବଢିବାକୁ ଲାଗିଛି । ହେଲେ ବିପଦ ସଂକେତ ତଳେ ଅଛି । ହୀରାକୁଦ ଉପରମୁଣ୍ଡରେ ଅଧିକ ବର୍ଷା ହୋଇଛି । ସେଠାରେ ୯୦ରୁ ୧୦୦ MM ବର୍ଷା ହୋଇଛି । ୧୫ ଜିଲ୍ଲା ପାଇଁ ୮ ଏନଡିଆରଏଫ, ୧୩ ଓଡ୍ରାଫ୍, ୨୩ ଅତିରିକ୍ତ ଅଗ୍ନିଶମ ଟିମ୍ ନିୟୋଜିତ ଅଛନ୍ତି । ଦୁର୍ବଳ ନଦୀ ବନ୍ଧ ଉପରେ ନଜର ରହିଛି । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଏସଆରସି କହିଛନ୍ତି ।