ପ୍ରଶାସନିକ ସ୍ତରରେ ଅଦଳବଦଳ, ଯାମିନୀ ଷଡଙ୍ଗୀଙ୍କୁ OAVSର ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱ

1 min read

ଭୁବନେଶ୍ୱର: ଅଫିସର ସ୍ତରରେ ଛୋଟଧରଣର ଅଦଳବଦଳ । IAS ଯାମିନୀ ଷଡଙ୍ଗୀଙ୍କୁ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱ । ଏହି ଦାୟିତ୍ୱରେ ଥିବା ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି । ସେହିପରି  ସମ୍ବଲପୁର ମହାନଗର ନିଗମ କମିଶନର ଭାବେ ଆଇଏଏସ୍ ବେଦଭୂଷଣଙ୍କୁ ନିଯୁକ୍ତି ମିଳିଛି । ଶ୍ରୀ ବେଦଭୂଷଣ ଧର୍ମଗଡ଼ର ଉପଜିଲ୍ଲାପାଳ ଥିଲେ । ବରିଷ୍ଠ ଓଏଏସ୍‍ ଅଧିକାରୀ ନୃସିଂହ ଚନ୍ଦ୍ର ସ୍ୱାଇଁଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ଦାୟିତ୍ୱ । ଶ୍ରୀ ସ୍ୱାଇଁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଥିଲେ ।