ସୀମା ସେପଟେ ପେଟ୍ରୋଲ ୨୫ କମ୍, ଏପଟେ ବିକିବାକୁ ବ୍ୟାକୁଳ ଦଲାଲ୍
1 min readନନ୍ଦିଘୋଷ ବ୍ୟୁରୋ: କନ୍ଦାଇଲାଣି ପେଟ୍ରୋଲ । ଗାଡ଼ି ଧରିବାକୁ ବି ଅଧେ ଡରିଲେଣି । ଦେଶର ଅଧିକାଂଶ ସ୍ଥାନରେ ଶହେ ପାର କଲାଣି ପେଟ୍ରୋଲ ଓ ଡିଜେଲ ଦର । ଏମିତି ବି ସ୍ଥିତି ହେଲାଣି ରାଜ୍ୟରେ ଏବେ ବି ୧୧ ସହରରେ ଲିଟର ପିଛା ଶହେ ଟଙ୍କାରୁ ଅଧିକ ଦରରେ ମିଳୁଛି ପେଟ୍ରୋଲ । କିନ୍ତୁ ଭାରତରେ ତୈଳ ଦରର ଅହେତୁକ ବୃଦ୍ଧିରେ ଫାଇଦା ନେଉଛନ୍ତି ନେପାଳୀ oil smuggler । ସୀମାନ୍ତ ରାଜ୍ୟ ଗୁଡ଼ିକରେ ଚଳାଇଛନ୍ତି ନେଟୱାର୍କ । ଯଥେଷ୍ଟ କମ ଟଙ୍କାରେ ପେଟ୍ରୋଲ ଓ ଡିଜେଲ କ୍ରୟ କରି ଭାରତୀୟ ବଜାରରେ କରୁଛନ୍ତି ବିକ୍ରୟ । ଆଉ ହେଉଛନ୍ତି ମାଲାମାଲ ।
ନେପାଳରେ ପେଟ୍ରୋଲ ଲିଟର ପିଛା ଭାରତ ମାର୍କେଟରୁ ଯଥେଷ୍ଟ କମ ଦରରେ ବିକ୍ରୟ ହେଉଛି । ଯାହାର ଫାଇଦା ଉଠାଉଛନ୍ତି କିଛି ଅନ୍ତ୍ରରାଷ୍ଟ୍ରୀୟ ବର୍ଡର ଚୋରାଚାଲାଣକାରୀ । ଇଣ୍ଡିଆ-ନେପାଳ ସୀମାରେ କିଛି ଏଭଳି ଗୁପ୍ତ ସ୍ଥାନ ରହିଛି । ଯେଉଁବାଟେ ଏହି smuggler ଗ୍ୟାଙ୍ଗ ବେପାର ଚଳାଇଛନ୍ତି । ଅର୍ଥାତ ନେପାଳ ମାର୍କେଟରୁ ପେଟ୍ରୋଲ କିଣି ଭାରତ ମାର୍କେଟରେ ବେଆଇନ ଭାବେ ବିକ୍ରି କରୁଛନ୍ତି । ନେପାଳରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୭୮ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ରହିଛି ୬୮ ଟଙ୍କା । ଏବଂ ଭାରତ ମାର୍କେଟରେ ୨୫ ରୁ ୩୦ ଟଙ୍କା ଅଧିକ ପେଟ୍ରୋଲ ଦର ରହିଥିବାବେଳେ ଡିଜେଲ ଦର ମଧ୍ୟ ୨୦ରୁ ୨୫ ଟଙ୍କା ଚଢା ରହିଛି । ସୀମାନ୍ତରେ କିଛି ଗଳିଆ ଯାଗା ଦେଖି ଏଭଳି ଗୋଲକଧନ୍ଧା ଚଳାଇଛନ୍ତି Smuggler ।
ଭାରତ ନେପାଳ ମଧ୍ୟରେ ସମୁଦାୟ ୧୭୫୦ କିଲୋମିଟରର ସୀମାବର୍ତ୍ତୀ ଇଲାକା ରହିଛି । ଯାହା ମଧ୍ୟରୁ ସିଦ୍ଧାର୍ଥନଗରର ଜନପଦ ଅଞ୍ଚଳରେ ରହିଛି ୬୮ କିଲୋମିଟର ବ୍ୟାପ୍ତ ଖୋଲା ସୀମା । ସେପଟେ ଦୁଇ ଦେଶ ମଧ୍ୟରେ ୭୦ଟି ବୋର୍ଡର ପୋଷ୍ଟ ମଧ୍ୟ ରହିଛି । ଯେଉଁବାଟେ ହିଁ ଦୁଇ ଦେଶ ମଧ୍ୟରେ ଛୋଟମୋଟ ଗାଡି ଚଳାଚଳ କରିଥାଏ । ଆଉ ଯେଉଁ ୬୮ କିଲୋମିଟରର ଖୋଲା ସୀମା ପଡିଛି, ସେହିସୀମାରେ ରହିଛି ବଢନି, ଖୁନୱା, ଅଲିଗଢୱା ଏବଂ କକରହବା ବର୍ଡର । କିନ୍ତୁ ୭୦ଟି ପୋଷ୍ଟକୁ ଛାଡିଦେଲେ ଏମିତି ଅନେକ ଛୋଟମୋଟ ରାସ୍ତା ରହିଛି ଯେଉଁପଟେ ବେଧଡ଼କ ଭାବେ ଯିବା ଆସିବା କରିଥାନ୍ତି ସୀମାନ୍ତ ଲୋକେ । କିନ୍ତୁ ବେଆଇନ ପେଟ୍ରୋଲ ବିକ୍ରି ସମ୍ବନ୍ଧରେ ସେତେବେଳେ ଜଣାପଡ଼ିଥିଲା, ଯେତେବେଳେ ପୋଲିସ ହାତରେ ପଡିଥିଲେ ଏହି ଚୋରାଚାଲାଣକାରୀ ଏବଂ ପେଟ୍ରୋଲଭର୍ତ୍ତୀ ଗାଡ଼ି । ଜାଣନ୍ତୁ କେମିତି ଜାଣିଲା ବର୍ଡର ପୋଲିସ ।
ଗତ ରବିବାର । ଲୋଟନ ପୋଲିସ ହାତରେ ଲାଗେ ପ୍ରଥମ କେସ । ୧୦୦ ଲିଟର ଡିଜଲ ସହ ଧରାପଡ଼େ ଜଣେ ନେପାଳୀ ନାଗରିକ । । ଏହାପରେ ଠୋଠେରା ବର୍ଜରରେ ଗିରଫ ହୁଏ ଏହି ବ୍ୟକ୍ତି । ଆଉ ଏହି ଡିଜେଲ ନେପାଳରୁ ହିଁ ଭାରତକୁ ଅବୈଦ୍ଧ ଭାବେ ଚାଲାଣ ହେଉଥିବା ଜଣାପଡ଼େ । ଏବଂ ସୀମାନ୍ତ ମାର୍କେଟରେ ଭାରତୀୟ ଦର ହିସାବରେ ବିକ୍ରି କରିବାକୁ ଆଣିଥିବା ନେଇ ସ୍ପଷ୍ଟ କରେ ଗିରଫ ହୋଇଥିବା ବ୍ୟକ୍ତି ।
ସେହିପରି ଦ୍ୱିତୀୟ କେସ ମଧ୍ୟ ସୀମାନ୍ତ ଆଲିଗଡ ବର୍ଡରରୁ ଆସିଛି । ୫୦ ଲିଟର ଡିଜେଲ ଭର୍ତି ହୋଇଥିବା ଏକ ଗାଡିକୁ SSB ଅର୍ଥାତ ସଶସ୍ତ୍ର ସୀମା ବଳ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୁଏ । ଏବଂ ଗିରଫ ହୋଇଥିବା ବ୍ୟକ୍ତି ନେପାଳ ସୀମାନ୍ତ ଚାକରଚୌଡ଼ା ଗ୍ରାମର ବାସୀନ୍ଦା ହୋଇଥିବା ମଧ୍ୟ ପୋଲିସ ଖବର ପାଏ । କିନ୍ତୁ ସବୁଠାରୁ ବଡ କଥା ହେଉଛି ସୀମାନ୍ତରେ ଗୋଲକଧନ୍ଧା ଚଳାଇଥିବା ଏହି ଗ୍ୟାଙ୍ଗ ପେଟ୍ରୋକଳାବଜାରୀ ଛାଡ଼ିବାକୁ ନାରାଜ । ଏଥିରୁ ଯଥେଷ୍ଟ ଲାଭ ହେଉଥିବାବେଳେ ବିନା ଦ୍ୱିଧାରେ ମାଲାମାଲ ହେଉଛନ୍ତି ସ୍ମଗଲର । ଅନ୍ୟପଟେ ଏଭଳି ଖବର ପାଇବା ପରେ ସିଦ୍ଧାର୍ଥନଗର ଏସପି ସୀମାନ୍ତରେ ପୋଟ୍ରୋଲିଙ୍ଗ ବଢାଇଥିବା କହିଛନ୍ତି ।