ଚିନ୍ତା ବଢାଉଛି କରୋନା, ରୋଗୀଙ୍କ ମୃତ୍ୟୁର କାରଣ ସାଜିଛି ଅକ୍ସିଜେନ ଅଭାବ

ଦେଶରେ ଅକ୍ସିଜେନ କରୋନା ରୋଗୀଙ୍କ ପାଇଁ ସଞ୍ଜିବନୀ ପାଲଟିଥିବା ବେଳେ ଏବେ ଏଥିରେ ଅଭାବ ପରିଲକ୍ଷିତ ହୋଇଛି । ଯାହା ସାରାଦେଶ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି ।


ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ ଲକ୍ଷ ଛୁଇଁଥିବା ବେଳେ ବିଭିନ୍ନ ରାଜ୍ୟର ମେଡିକାଲରେ ଅକ୍ସିଜେନ ଟ୍ୟାଙ୍କର ଅଭାବ ଚିନ୍ତାର ବିଷୟ ପାଲଟିଛି । ଏମିତିକି କିଛି ରାଜ୍ୟ ଅକ୍ସିଜେନ ଟ୍ୟାଙ୍କର ଅଭାବ ଦୁର କରିବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି । ମହାରାଷ୍ଟ୍ର ସରକାର ରାଜ୍ୟ ବାହାରକୁ ଅକ୍ସିଜେନ ଟ୍ୟାଙ୍କର ସପ୍ଲାଏ ବନ୍ଦ କରିଦେବା ପରେ ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ଭଳି ରାଜ୍ୟ ବିଭିନ୍ନ ସମସ୍ୟାରେ ପଡିଛନ୍ତି । କରୋନା ସମୟରେ ଦେଶର ସବୁ ରାଜ୍ୟରେ ଅକ୍ସିଜେନ ଟ୍ୟାଙ୍କର ଆବଶ୍ୟକତା ଅହେତୁକ ବଢିଥିବା ବେଳେ ଟାଙ୍କି ପିଛା ଦରବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କ୍ୟୁବିକ ମିଟର ପିଛା ୨୦ ଟଙ୍କା ପର୍ୟ୍ୟନ୍ତ ବୃଦ୍ଧି ହୋଇଛି । ଏହାରି ଭିତରେ ପ୍ରତ୍ୟେକ ଦିନ ଅକ୍ସିଜେନ ଟ୍ୟାଙ୍କ ଅଭାବରୁ ଲୋକଙ୍କ ମୃତ୍ୟୁ ହେଉଥିବା ଖବର ମଧ୍ୟ ଆସୁଛି । ଆଗକୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ନିଜ ରାଜ୍ୟରେ ଥିବା କମ୍ପାନୀଙ୍କୁ ଅକ୍ସିଜେନ ଟ୍ୟାଙ୍କର ଉତ୍ପାଦନ ବୃଦ୍ଧି କରିବା ପାଇଁ କହିଛନ୍ତି ।

Leave a Reply