ସୋପିୟାଁ ଏନକାଉଣ୍ଟର: TRF କମାଣ୍ଡର ସହିତ ଦୁଇ ଆତଙ୍କବାଦୀ ନିହତ,ସେନାର ଜଣ ଯବାନ ସହିଦ

1 min read

ଶ୍ରୀନଗର: ଜମ୍ମୁ-କାଶ୍ମୀରର ସୋପିୟାଁ ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ହୋଇଥିବା ଏନକାଉଣ୍ଟରରେ ଟିଆରଏଫର କମାଣ୍ଡର ସହିତ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପୁଲବାମାରେ ୟୁପି ଶ୍ରମିକଙ୍କ ହତ୍ୟାରେ ସାମିଲ ଥିଲା । ଆଇଜିପି କାଶ୍ମୀର ବିଜୟ କୁମାର କହିଛନ୍ତି ଯେ, ସୁରକ୍ଷା ବଳ ଗତ ଦୁଇ ସପ୍ତାହ ମଧ୍ୟରେ ୧୫ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି ।
ପୋଲିସ ଅନୁସାରେ ଆତଙ୍କବାଦୀ ସୋପିୟାଁରେ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷା ବାହିନୀ ସଂପୃକ୍ତ ଅଂଚଳକୁ ଘେରାଉ କରିଥିଲେ । ଘେରାଉ ପରେ ତଲାସୀ ଅଭିଯାନ ଚାଲିଥିଲା । ଏହି ସମୟରେ ଆତଙ୍କବାଦୀ ପୋଲିସ ଉପରକୁ ଗୁଳିମାଡ କରିଥିଲେ । ଫଳରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଉଭୟ ପଟୁ ଚାଲିଥିବା ଗୁଳିରେ ଟିଆରଏଫ୍ କମାଣ୍ଡର ସମେତ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଅନ୍ୟପକ୍ଷରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ସୈନିକ ସହିଦ ହୋଇଛନ୍ତି ।
ଦୁଇ ସପ୍ତାହରେ ୧୫ ଆତଙ୍କବାଦୀ ନିହତ
କାଶ୍ମୀର ଆଇଜିପି ବିଜୟ କୁମାରଙ୍କ ଅନୁସାରେ ସୋପିୟାଁ ଏନକାଉଣ୍ଟରେ ନିହତ ଆତଙ୍କବାଦୀଙ୍କୁ ମିଶାଇ ଦୁଇ ସପ୍ତାହ ମଧ୍ୟରେ ମୋଟ ୧୫ ଜଣ ପ୍ରାଣ ହରାଇଛନ୍ତି । ସୋପିୟାଁ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଆତଙ୍କବାଦୀର ନାମ ଆଦିଲ ଆହ ବାନି ଓ ସେ ଜୁଲାଇ ୨୦୨୦ରୁ କାଶ୍ମୀର ଉପତ୍ୟକାରେ ସକ୍ରୀୟ ଥିଲା

ଏଥିସହିତ ପଢ଼ନ୍ତୁ: ଫ୍ଲାଇଟରେ ଅଭିନେତ୍ରୀଙ୍କ ସହିତ ଅଶ୍ଲୀଳ ବ୍ୟବହାର କରି ବ୍ୟବସାୟୀ ଗିରଫ

Leave a Reply