ଚା’ ମାଗିଲେ ସ୍ୱାମୀ,ପତ୍ନୀ ଛୁରୀରେ କଲେ ଆକ୍ରମଣ

1 min read

ଲକ୍ଷ୍ନୌ: ପରିବାର ଅଛି ମାନେ କଳି ଅଛି । ଆଉ ସ୍ୱାମୀ, ସ୍ତ୍ରୀଙ୍କ କ୍ଷେତ୍ରରେ ଏହା ନୁନ୍ୟ । ତେବେ, ଉତ୍ତରପ୍ରଦେଶର ରାୟବରେଲିର ଘଟଣା ଆପଣଙ୍କୁ ଖାଲି ଆଶ୍ଚର୍ଯ୍ୟ କରିବନି । ବରଂ ସ୍ତ୍ରୀଙ୍କୁ ଚା’ ମାଗିଲା ବେଳେ ଥରେ ଭାବିବାକୁ ବାଧ୍ୟ କରିବ । ଘଟଣା ଏମିତି ସ୍ତ୍ରୀଙ୍କୁ ଚା’ ମାଗିବା ଜଣେ ସ୍ୱାମୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କଥା କେବଳ ଗାଳିଗୁଳଜରେ ଅଟକି ନାହିଁ । ପରିସ୍ଥିତି ଏତେ ଖରାପ ହୋଇଛି ଯେ ଘରେ ଛୁରୀ ବୁଲିଛି । ପ୍ରକୃତ କଥା ହେଲା- ସ୍ତ୍ରୀ ପରିବା କାଟୁଥିଲେ, ସ୍ୱାମୀ ସେତିକିବେଳେ ଚା’ ମାଗିଲେ । ସେଥିରେ ସ୍ତ୍ରୀ ରାଜି ହୋଇନଥିଲେ । କିଛି ସମୟ ପୂର୍ବରୁ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଏଥିର ଉତକ୍ଷିପ୍ତ ସ୍ତ୍ରୀ ସିଧା ଛୁରୀରେ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ ।

ଏହି ମାମଲା ସୁଦାମାପୁର ଗାଁର ବୋଲି ଜଣାପଡ଼ିଛି । ଗାଁର ରାଜେନ୍ଦ୍ର କୁମାର ମଙ୍ଗଳବାର ସକାଳେ ସ୍ତ୍ରୀଙ୍କୁ ଚା’ ମାଗିଥିଲେ । ପତ୍ନୀ ପରିବା କାଟୁଥିବାରୁ ଏବେ ଚା’ କରିପାରିବେ ନାହିଁ ବୋଲି କହିଥିଲେ । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଯାହା ପରେ ହାତାହାତିର ରୂପ ନେଇଥିଲା । ସ୍ତ୍ରୀ ପରିବା କାଟୁଥିବା ଛୁରୀରେ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ । ପତିଙ୍କ ଶରୀରର କେତକ ସ୍ଥାନରେ ଚୋଟ ଲାଗିଥିବା ବେଳେ ସେ ଆହତ ହୋଇଥିଲେ ।

ଗାଁ ଲୋକ କୌଣସି ପ୍ରକାରେ ରାଜେନ୍ଦ୍ରଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ, ରାଜେନ୍ଦ୍ରଙ୍କ ଅଭିଯୋଗ ହେଉଛି- ଏହି ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ତାଙ୍କ ସ୍ତ୍ରୀ ବହୁବାର ଏମିତି ଆକ୍ରମଣ କରିଛନ୍ତି । ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଏତଲା ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

ଟ୍ୱିଟରରେ ଏହି ଖବରକୁ ଆଇପିଏସ୍ ଅଫିସର ଅବିନାସ ସରଣ ପୋଷ୍ଟ କରିଥିଲେ । ଲେଖିଥିଲେ- ଆଜି ପରେ ଚା’ କଣ ଆଉ ପାଣି ମାଗିବିନି । ଏହି ଟ୍ୱିଟକୁ ବହୁ ଲୋକ ଲାଇକ୍ କରିବା ସହ ରି-ଟ୍ୱିଟ୍ କରିଛନ୍ତି । ଏହା ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ।

Leave a Reply