ମଧ୍ୟପ୍ରଦେଶ ସରକାରର ‘ଗୋ କ୍ୟାବିନେଟ୍’

1 min read

ଭୋପାଳ: ଗୋ ସୁରକ୍ଷା ପାଇଁ ମଧ୍ୟପ୍ରଦେଶ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି  । ଗାଈଙ୍କ ସୁରକ୍ଷା ପାଇଁ ‘ଗୋ କ୍ୟାବିନେଟ୍‌’ ଗଠନ କରାଯାଇଛି  । ଏଥିରେ ପଶୁପାଳନ, ବନବିଭାଗ, ପଞ୍ଚାୟତ ଓ ଗ୍ରାମୀଣ ବିକାଶ, ରାଜସ୍ୱ ଓ କିଷାନ କଲ୍ୟାଣ ବିଭାଗ ସାମିଲ ହେବେ  ।

ଏହାର ପ୍ରଥମ ବୈଠକ ୨୨ ନଭେମ୍ବରରେ ହେବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଏହି ଯୋଜନା ଭାରତରେ ପ୍ରଥମ ହୋଇଥିବା ବେଳେ ଏହି ନିଷ୍ପତି ନେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ  । ସେହିଭଳି ଶିବରାଜ ସରକାର ‘ଗୋ କ୍ୟାବିନେଟ୍‌’ ଗଠନ କରି ଦେଶରେ ନୂଆ ପରମ୍ପରା ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ନରତ୍ତୋମ ମିଶ୍ର ।

ରାଜ୍ୟରେ ଏଭଳି କ୍ୟାବିନେଟ ଗଠନ ପଛର ଉଦ୍ଦେଶ୍ୟ ଦର୍ଶାଇ ସରକାର କହିଛନ୍ତି ଯେ, ଗୋ ସମ୍ପଦର ରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ପଶୁପାଳ, କୃଷକ କଲ୍ୟାଣ ଦିଗରେ ଏହା ବିଶେଷ ଭାବେ ସହାୟକ ହେବ ।

Leave a Reply