ଅଭିନେତ୍ରୀ ଶର୍ଲିନଙ୍କ ବିରୋଧରେ ମାନହାନି ମାମଲା କଲେ ରାଜ କୁନ୍ଦ୍ରା ଓ ଶିଳ୍ପା

1 min read

ମୁମ୍ବାଇ: ଅଭିନେତ୍ରୀ ଶର୍ଲିନ ଚୋପ୍ରାଙ୍କ ବିରୋଧରେ ୫୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରାଯାଇଛି। ଏହି ମାମଲା ରୁଜୁ କରିଛନ୍ତି ରାଜ କୁନ୍ଦ୍ରା ଓ ପତ୍ନୀ ଶିଳ୍ପା ସେଟ୍ଟୀ। ତାଙ୍କୁ ଯୌନ ନିର୍ଯାତନା ଓ ଧମକଚମକ ଦିଆଯାଇଥିଲା ବୋଲି ଶର୍ଲିନ ଅଭିଯୋଗ କରି ଗତ ୧୪ ତାରିଖରେ ଏଫଆଇଆର ଦାଏର କରିଥିଲେ।

ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ରାଜ କୁନ୍ଦ୍ରା ଓ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀ। ଅଭିଯୋଗ ପତ୍ରରେ ଶର୍ଲିନ ଦର୍ଶାଇଥିଲେ ଯେ- ଉଭୟ ରାଜ କୁନ୍ଦ୍ରା ଓ ଶିଳ୍ପା ତାଙ୍କ ବିରୋଧରେ ଜାଲିଆତି କରିଛନ୍ତି ଏବଂ ମାନସିକ ନିର୍ଯାତନା ମଧ୍ୟ ଦେଇଛନ୍ତି। ଶର୍ଲିନଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ସେମାନେ ତାଙ୍କ ବିରୋଧରେ ୫୦ କୋଟି ଟଙ୍କାର ମାନହାନି ମୋକଦ୍ଦମା ଦାଏର କରିଛନ୍ତି।

ଏନେଇ ସେମାନଙ୍କ ଓକିଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି- ଏହି ମିଥ୍ୟା ଅଭିଯୋଗ ପ୍ରତିବାଦରେ ମାନହାନି ମାମଲା ରୁଜୁ କରାଯାଇଛି । ଯେଉଁଥିରେ ଦର୍ଶାଯାଇଛି ଯେ, ଅଭିନେତ୍ରୀ ଶର୍ଲିନଙ୍କ ଅଭିଯୋଗ ଗୁଡିକ କପୋଳକଳ୍ପିତ ଓ ଭ୍ରାନ୍ତ ।

Leave a Reply