ରାଜ୍ କୁନ୍ଦ୍ରାଙ୍କଠୁ ଅଲଗା ହେବେ ଶିଳ୍ପା ! ପିଲାଙ୍କୁ ସ୍ୱାମୀଙ୍କ ‘କଳା ଟଙ୍କା’ରୁ ରଖିବେ ଦୂର

1 min read

ମୁମ୍ବାଇ: ବଲିଉଡ଼ର ଚର୍ଚ୍ଚିତ ନାୟିକା ତଥା ଫିଟନେସ୍ ଡିଭା ଶିଳ୍ପା ସେଟ୍ଟି। ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ସାମ୍ରାଜ୍ୟର ଲିଙ୍କ ଖୋଲିବା ପରେ ଏହି ଚର୍ଚ୍ଚିତ ନାୟିକାଙ୍କ ଚେହେରା ଫିକା ପଡ଼ିଥିଲା। ବିଭିନ୍ନ କ୍ୟାମେରାରୁ ସେ ନିଜକୁ ଅଲଗା ରଖିଥିଲେ। କିନ୍ତୁ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଶିଳ୍ପା। ଏହି ଚର୍ଚ୍ଚାର କାରଣ ତାଙ୍କ ଅଭିନୟ କି ରିୟାଲିଟି ଶୋ’ ନୁହେଁ। ଏବେ ଚର୍ଚ୍ଚା ହେଉଛି ରାଜକୁନ୍ଦ୍ରାଙ୍କ ଠାରୁ ଶିଳ୍ପା ଅଲଗା ହେବା ନେଇ।

https://www.instagram.com/p/CTG6F9dCZi-/?utm_source=ig_web_copy_link

ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ଜୁଲାଇ ୧୯ରେ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା। ସେବେଠାରୁ ରାଜ କୁନ୍ଦ୍ରା ଜେଲର ଚାରି କାନ୍ଥ ଭିତରେ ରହିଛନ୍ତି। ଜାମିନ ଆବେଦ କରିଥିଲେ ବି ରାଜଙ୍କୁ ଏପର୍ଯ୍ୟନ୍ତ ଜାମିନ ମିଳିପାରି ନାହିଁ। ସେପଟେ ଶିଳ୍ପା ଏବେ ତାଙ୍କ କାମ ଏବଂ ସୋସିଆଲ ମିଡିଆରେ ପୁଣି ଥରେ ଚର୍ଚ୍ଚାକୁ ଆସିବାରେ ଲାଗିଛନ୍ତି।

ଯଦି ଆମେ ଟିକେ ପଛକୁ ଯିବା ତେବେ କେତେକ ଖବର ମୁତାବକ ଯେତେବେଳେ ଶିଳ୍ପାଙ୍କୁ ରାଜ କୁନ୍ଦ୍ରାଙ୍କ ସମ୍ମୁଖରେ ପୋଲିସ ପଚରାଉଚରା କରିଥିଲା, ସେତେବେଳେ ସେ ତାଙ୍କ ସ୍ୱାମୀଙ୍କ ଉପରେ ରାଗି ଯାଇଥିଲେ। ବର୍ତ୍ତମାନ ଏକ ରିପୋର୍ଟ ଅନୁଯାୟୀ, ଶିଳ୍ପାଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ ଶିଳ୍ପା ତାଙ୍କ ଭବିଷ୍ୟତ ଜୀବନକୁ ଉଭୟ ପିଲାଙ୍କ ସହିତ ସ୍ୱାମୀଙ୍କଠାରୁ ଦୂରରେ ରଖିବାକୁ ଯୋଜନା କରୁଛନ୍ତି। କାରଣ ରାଜଙ୍କର ଏହି ଅସୁବିଧା କମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ତିଆରି କଥା ସମ୍ନାକୁ ଆସିବା ପରେ ଶିଳ୍ପା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶିଳ୍ପା ଜାଣି ନଥିଲେ ଯେ ତାଙ୍କର ବିଳାସପୂର୍ଣ୍ଣ ଖର୍ଚ୍ଚ ଏପରି ପର୍ଣ୍ଣ ଦୁନିଆରୁ ଆସୁଛି।

https://www.instagram.com/p/CS1QF6yrJtS/?utm_source=ig_web_copy_link

ଶିଳ୍ପାଙ୍କ ଏହି ବନ୍ଧୁ କହିଛନ୍ତି ଯେ ସେ ବର୍ତ୍ତମାନ ଶିଳ୍ପା ନିଜ ପିଲାମାନଙ୍କୁ ସ୍ୱାମୀ ରାଜ କୁନ୍ଦ୍ରାଙ୍କ କଳା ଟଙ୍କାଠାରୁ ଦୂରରେ ରଖିବାକୁ ଚାହୁଁଛନ୍ତି। ଶିଳ୍ପା ଏବେ ରାଜକୁନ୍ଦ୍ରାଙ୍କର ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ କରିବେ ନାହିଁ ବୋଲି ତାଙ୍କ ବନ୍ଧୁ କହିଛନ୍ତି। ରିଅଲିଟି ଶୋ’ ମାଧ୍ୟମରେ ସେ ଭଲ ଟଙ୍କା ରୋଜଗାର କରୁଛନ୍ତି। ତେବେ ହଙ୍ଗାମା ୨ ପରେ ଶିଳ୍ପା ଏବେ ଫିଲ୍ପ ଅଫର ଉପରେ ଅଧିକ ଧ୍ୟାନ ଦେବେ।

Leave a Reply