କ୍ରିକେଟରୁ ଅବସର ଘୋଷଣା କଲେ ଶିଖର ଧାୱନ

1 min read

ନନ୍ଦିଘୋଷ ବ୍ୟୁରୋ: ଶିଖର ଧାୱନ ୨୪ଅଗଷ୍ଟ ଅର୍ଥାତ ଆଜି ସକାଳେ ଏକ ଭିଡିଓ ସେୟାର କରି କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଆନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟରୁ ସେ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ।

https://x.com/i/status/1827164438673096764

ଆଜି ସକାଳେ ସେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଅବସର ନେଲେ ବୋଲି ଘୋଷଣା କରିଛନ୍ତି ଏବଂ ଏହାସହିତ ସେ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି। କ୍ରିକେଟରୁ ବିଦାୟ ନେଉଥିବାବେଳେ ସେ ବିଶେଷ କରି ତାଙ୍କ ପରିବାର, ପିଲାଦିନର କୋଚ୍, ଟିମ୍ ଇଣ୍ଡିଆ ଏବଂ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି ।

ଦେଶ ପାଇଁ ଖେଳିଥିବାରୁ ସେ ବହୁତ ଗର୍ବିତ ଅନୁଭବ କରିଥିବା ମଧ୍ୟ କହିଛନ୍ତି । ଶିଖର ଧାଓ୍ବନ ତାଙ୍କ କ୍ୟାରିଅରରେ ୩୪ଟି ଟେଷ୍ଟ, ୧୬୭ ଦିନିକିଆ ଓ ୬୮ଟି ଟି-ଟ୍ବେଣ୍ଟି ଖେଳି ବହୁ ସଫଳତା ପାଇଛନ୍ତି । ୨୦୨୨ ଡିସେମ୍ବର ୧୦ରେ ବାଂଲାଦେଶ ବିପକ୍ଷରେ ଶିଖର ଧାଓ୍ବନ ଖେଳିଥିଲେ ଶେଷ ଅର୍ନ୍ତଜାତୀୟ ମ୍ୟାଚ୍।