ପବନରେ ଲୋକଙ୍କ ଠାରୁ ଲୋକଙ୍କୁ ସଂକ୍ରମିତ ହେଉଛି କରୋନା

ବେଜିଂ: ଦୁନିଆକୁ ଡରାଇ ରଖିଥିବା କରୋନାକୁ ନେଇ ବହୁତ ବଡ଼ ଖୁଲାସା । ଯାହା ସରକାର ଓ ଚିକିତ୍ସା ବିଶେଷଜ୍ଞଙ୍କ ନିଦ ହଜାଇଦେବ । ସଂଘାଇର ଜଣେ ଅଧିକାରୀ ଏହିଭଳି କିଛି ତଥ୍ୟ ପ୍ରକାଶ କରିଛନ୍ତି । ଅଧିକାରୀଙ୍କ କହିବା ମୁତାବକ କରୋନା ଭୂତାଣୁ ବାୟୁ ବା ପବନରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ ହେଉଛି । ଏହାକୁ ଏୟରୋସୋଲ ଟ୍ରାନ୍ସମିସନ କୁହାଯାଏ । ତେବେ, ବର୍ତ୍ତମାନ ଯାଏଁ ଏହି ଦାବିକୁ ଗ୍ରହଣ କରାଯାଇନାହିଁ ।Coronaତେବେ, ବିଶେଷଜ୍ଞଙ୍କ କହିବା କଥା କୌଣସି ଆକ୍ରାନ୍ତ ବ୍ୟକ୍ତି ଛିଙ୍କିଲେ କିମ୍ବା କାଶିଲେ ପାଖରେ ଥିବା ବ୍ୟକ୍ତିଙ୍କୁ ଭାଇରସ୍ ସଂକ୍ରମଣ ହୋଇପାରେ । କୌଣସି ବସ୍ତୁକୁ ଛୁଇଁ ମୁହଁ, ନାକ କିମ୍ବା ଆଖି ସ୍ପର୍ଶକୁ କନେକ୍ଟ ଟ୍ରାନ୍ସମିସନ କୁହାଯାଏ । ଏହା ଦ୍ୱାରା ମଧ୍ୟ ସଂକ୍ରମଣର ସମ୍ଭାବନା ରହିଛି । ଚୀନ ସରକାର ଲୋକଙ୍କୁ ସଫା ସୁତୁରା ରହିବାକୁ ପରାମର୍ଶ ଦେଇଛନ୍ତି । ଭେଣ୍ଟିଲେସନ ପାଇଁ ଖୋଲା ରହିଥିବା ସ୍ଥାନ, ଝରକାକୁ ନିୟମିତ ସଫା କରିବା । ଘର କବାଟର ହ୍ୟାଣ୍ଡେଲ, ଖାଇବା ଟେବୁଲ, ଟଏଲେଟ୍ ସଫା ଉପରେ ଗୁରୁତ୍ୱ ଦିଆଯାଇଛି । ଏବେ ଯାଏଁ କରୋନା ଭାଇରସ ଆକ୍ରମଣରେ ୮୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୩୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

Leave a Reply