‘ମୋଦି ଦିନେ ପ୍ରଧାନମନ୍ତ୍ରୀ ହେବେ’, ଏମିତି ଭବିଷ୍ୟବାଣୀ କରିଥିଲେ ଶକୁନ୍ତଳା ଦେବୀ

ମୁମ୍ବାଇ: ଶକୁନ୍ତଳା ଦେବୀ ମ୍ୟାଥ ଜିନିଅସ ହେବା ସହିତ ଜ୍ୟୋତିଷ ଥିଲେ ? ସେ କ’ଣ ଜଣେ ବ୍ୟକ୍ତିଙ୍କୁ ଦେଖି ତାଙ୍କ ଭବିଷ୍ୟତ ଜାଣି ପାରୁଥିଲେ ? ସେ କ’ଣ ମୋଦି ପ୍ରଧାନମନ୍ତ୍ରୀ ହେବା ଆଗରୁ ଏକଥା ଜାଣି ପାରିଥିଲେ ? ଗଣିତଜ୍ଞ ଶକୁନ୍ତଳାଙ୍କୁ ନେଇ ଏଭଳି ପ୍ରଶ୍ନ ରହିଛି । ଆସନ୍ତୁ ଜାଣିବା ଶକୁନ୍ତଳା ଦେବୀ ସତରେ କ’ଣ ଭବିଷ୍ୟତ ଦେଖି ପାରୁଥିଲେ ?

ନିକଟରେ ଶକୁନ୍ତଲା ଦେବୀଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଥିବା ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି । ସିନେମା ଦେଖିସାରିଥିବା ଦର୍ଶକମାନେ ହୁଏତ ସୂଚନା ପାଇଥିବେ ଯେ, ଶକୁନ୍ତଳା ଦେବୀ ଗଣିତ ବ୍ୟତୀତ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଚେଷ୍ଟା କରିଥିଲେ । ଅବଶ୍ୟ ଚଳଚ୍ଚିତ୍ରରେ ଏହି ବିଷୟରେ ଅଧିକ ଦେଖାଯାଇନାହିଁ, କିନ୍ତୁ ଶକୁନ୍ତଳା ଦେବୀଙ୍କୁ ନେଇଏମିତି ଅନେକ ତଥ୍ୟ ରହିଛି ଯାହା ଅତ୍ୟନ୍ତ ଆକର୍ଷଣୀୟ ।

ଗଣିତରେ କମ୍ପ୍ୟୁଟକୁ ଟକ୍କର ଦେଉଥିଲେ ଶକୁନ୍ତଳା । ସେଥିପାଇଁ ତାଙ୍କୁ ହ୍ୟୁମାନ କମ୍ପ୍ୟୁଟର ମଧ୍ୟ କୁହାଯାଉଥିଲା । ତାଙ୍କର ଗାଣିତିକ ପ୍ରତିଭା ଯୋଗୁଁ ସେ ବିଶ୍ୱବ୍ୟାପୀ ପ୍ରସିଦ୍ଧ ଥିଲେ । ଅନେକ ସମ୍ମାନ ଏବଂ ଧନ ଅର୍ଜନ କରିଥିବା ଶକୁନ୍ତଳା ଦେବୀ  ଗୋଟିଏ ଜୀବନରେ ଅନେକ ଚରିତ୍ରରେ ବଞ୍ଚିଛନ୍ତି । ସେ ନିଜ ଜୀବନକୁ ଖୁବ ଭଲ ଭାବେ ଅତିବାହିତ କରିଥିଲେ । କେବଳ ଗଣିତଜ୍ଞ, ଲେଖକ, ଫେମିନିଷ୍ଟ, ରାଜନେତ୍ରୀ ନଥିଲେ ଶକୁନ୍ତଳା ଦେବୀ । ସେ ଜଣେ ଜ୍ୟୋତିଷ ମଧ୍ୟ ଥିଲେ। ସେ ଜଣେ ସଫଳ ଜ୍ୟୋତିଷ ଭାବେ ଚର୍ଚ୍ଚିତ ନଥିଲେ । ସୂଚନାଯୋଗ୍ୟ ଯେ, ଶକୁନ୍ତଳା ଦେବୀଙ୍କର ଚମତ୍କାର ପୂର୍ବାଭାସ ଥିଲା । ସେ ଗୋଟେ ଦିନରେ ଅନେକ ଲୋକଙ୍କୁ ଭେଟୁଥିଲେ । କିନ୍ତୁ ସେ ସେମାନଙ୍କ ମଧ୍ୟରୁ ଅନେକଙ୍କ ଜୀବନ ତାଙ୍କ ଜୀବନୀ ରହସ୍ୟ ବିଷୟରେ ମଧ୍ୟ ଜାଣିପାରୁଥିଲେ ।

ଶକୁନ୍ତଳା ଦେବୀଙ୍କ ଝିଅ ଅନୁପମାଙ୍କ ଅନୁସାରେ, ଗଣିତ ପରି ତାଙ୍କ ମାଆଙ୍କର ଏକ ଅଦ୍ଭୁତ ଦକ୍ଷତା ଥିଲା | ଅନୁପମା ନିଜେ ମଧ୍ୟ ଏହା ଅନୁଭବ କରିଥିଲେ। ସେ ସବୁକିଛି ପ୍ରଥମରୁ ଜାଣିପାରୁଥିଲେ । ଯେତେବେଳେ ଶକୁନ୍ତଳା ଦେବୀ ବାଙ୍ଗାଲୋରର ଏକ ପାର୍ଟିରେ ନିଜ ଝିଅ ସହିତ ପ୍ରଥମ ଥର ପାଇଁ ଅଜୟଙ୍କୁ ଭେଟିଥିଲେ, ସେତେବେଳେ ସେ କିଛି ଏମିତି କହିଥିଲେ ଯାହା ସତ ହୋଇଥିଲା । ଅଜୟ ହିଁ ତାଙ୍କ ଝିଅକୁ ବିବାହ କରିବେ ବୋଲି ଶକୁନ୍ତଳା ଦେବୀ କହିଥିଲେ । ବାୟୋପିକ୍ ରେ ମଧ୍ୟ ଏହି ଆକର୍ଷଣୀୟ ଦୃଶ୍ୟ ବିଷୟରେ ଦେଖାଯାଇଛି ।

ଶକୁନ୍ତଳା ଦେବୀଙ୍କ ଜ୍ୱାଇଁ ଅଜୟ ଅଭୟ କୁମାର ମଧ୍ୟ ଲଣ୍ଡନର ଜଣେ ବ୍ୟବସାୟୀ । ସେ କହିଛନ୍ତି ଯେ, ତାଙ୍କ ଶାଶୁ ଶକୁନ୍ତଳା ଦେବୀଙ୍କ ପାଖରେ ସବୁକିଛି ପୂର୍ବରୁ ଜାଣିପାରିବାର ପ୍ରାକୃତିକ ଶକ୍ତି ଥିଲା । ବ୍ୟକ୍ତିଗତ ଜୀବନ ଭବିଷ୍ୟବାଣୀ ବ୍ୟତୀତ ସାଧାରଣ ଜୀବନରେ ମଧ୍ୟ ତାଙ୍କର ଭବିଷ୍ୟବାଣି ସତ ହୋଇଥିଲା । ୨୦୧୩ ମସିହାରେ ଶକୁନ୍ତଳା ଦେବୀ ନିଜ ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ଭବିଷ୍ୟବାଣୀ କରିଥିଲେ ଯେ, ନରେନ୍ଦ୍ର ମୋଦୀ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ।

ଅନ୍ୟମାନଙ୍କ କଥା ଶୁଣିବା ଏବଂ ସେମାନଙ୍କ ଦୁଃଖ ଦୂର କରିବା ଶକୁନ୍ତଳାଙ୍କୁ ପସନ୍ଦ ଥିଲା । ଅନ୍ୟମାନଙ୍କ ଅଭିଯୋଗ ଶୁଣୁଥିଲେ ଏବଂ ସମାଧାନ ମଧ୍ୟ କରୁଥିଲେ । ଅନୁପମାଙ୍କ ଅନୁସାରେ ବୋଧହୁଏ ଏହି କାରଣ ଯୋଗୁଁ ଉଭୟ ମାଆ ଝିଅଙ୍କ  ସମ୍ପର୍କରେ ପରିବର୍ତ୍ତନ ଆସିଥିଲା । ନିସନ୍ଦେହରେ ତାଙ୍କ ମାଆଙ୍କର ଶୁଣିବା ଓ ବୁଝିବା ଶକ୍ତି ଅଧିକ ଥିଲା କିନ୍ତୁ ଯେତେବେଳେ ଏହି ଶକ୍ତି ପ୍ରାକୃତିକ ହୋଇଥାଏ ସେତେବେଳେ ଷଷ୍ଠ ଇନ୍ଦ୍ରୀୟ ଅଧିକ ଶକ୍ତିଶାଳୀ ହୋଇଥାଏ

Leave a Reply