spot_img

Latest Posts

କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟିକୁ ନେଇ ଗିରଫ ହେଲେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ଙ୍କୁ ଗିରଫ କଲା ଏନ୍‌ସିବି। ମଝି ଦରିଆରେ ରେଭ ପାର୍ଟିରେ ଡ୍ରଗ୍ସ ବ୍ୟବହାରକୁ ନେଇ ଗିରଫ କରିଛି ଏନ୍‌ସିବି। ଘନ ଘନ ଜେରା ପରେ ଗିରଫ କରାଯାଇଛି। କର୍ଡେଲିଆ କ୍ରୁଜରେ ରେଭ ପାର୍ଟିରେ ଯୋଗଦେଇଥିଲେ ଆର୍ଯ୍ୟନ। ତେବେ ଆର୍ଯ୍ୟନ୍‌ଙ୍କୁ ଏନଡିପିଏସ ଆକ୍ଟରେ ଏନସିବି ଗିରଫ କରିଥିବା ସୂଚନା ମିଳିଛି। ମଝିଦରିଆରେ ଛଦ୍ମବେଶରେ ଏନସିବି କରିଥିଲା ରେଡ୍।

ଜାହାଜ ମୁମ୍ବାଇ ଛାଡିବା ପରେ ରେଡ୍ କରିଥିଲା ଏନସିବି। କର୍ଡେଲିଆ କ୍ରୁଜରେ ଚାଲିଥିଲା ରେଭ ପାର୍ଟି। ଏହି ପାର୍ଟିରୁ ଜବତ ହୋଇଥିଲା ଏମଡିଏମଏ, କୋକେନ, ମେଫେଡ୍ରୋନ ଓ ଚରସ। ଆର୍ଯ୍ୟନଙ୍କ ସହ ଅନ୍ୟ ୭ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ମୋଟ ୮ ଜଣଙ୍କୁ ଗିରଫ କରିଛି ଏନ୍‌ସିବି। ତେବେ ଜେରା ସମୟରେ ବ୍ୟାପକ ବୟାନ ରେକର୍ଡିଂ ପରେ ଏନ୍‌ସିବି ଗିରଫ କରିଥିବା ସୂଚନା ମିଳିଛି।

ଆର୍ଯ୍ୟନ୍‌ଙ୍କ ବ୍ୟତିତ ଏହି ସବୁ ବ୍ୟକ୍ତି ମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ମୁମ୍ବାଇର କ୍ରୁଜ୍ ଜାହାଜରେ ଆୟୋଜିତ ଡ୍ରଗ୍ସ ପାର୍ଟିରେ ଏନସିବି ଦ୍ୱାରା ଗିରଫ ହୋଇଥିବା ଲୋକଙ୍କ ନାମ ସାମ୍ନାକୁ ଆସିଛି। ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବ୍ୟତୀତ ଏଥିରେ ଆଉ ୭ ଜଣ ଜଡିତ ଅଛନ୍ତି। ସେମାନଙ୍କର ନାମ ହେଉଛି – ମୁମୁନ୍ ଧାମେଚା, ନୁପୁର ସାରିକା, ଇସ୍ମିତ ସିଂ, ମୋହକ ଜୟସୱାଲ, ବିକ୍ରାନ୍ତ ଚୋକର, ଗୋମିତ ଚୋପ୍ରା ଏବଂ ଅରବାଜ ମର୍ଚେଣ୍ଟ।

Latest Posts

Don't Miss