ବଦଳିବ ’ପଠାନ’ର ନାମ,ସ୍କ୍ରିନରୁ ଉଭାନ ହେବ ଦୀପିକାଙ୍କ ଗେରୁଆ ବିକିନି !

1 min read

ମୁମ୍ବାଇ : ବାଦ ପ୍ରତିବାଦ ଭିତରେ ଏବେ ବିବାଦରେ ରହିଥିବା ବଲିଓଡ ଚଳଚିତ୍ର ‘ପଠାନ’ର ଟାଇଟଲ ବଦଳିବା ନେଇ ଚର୍ଚ୍ଚା ହେଉଛି । ଏହା ସହିତ ଦୀପିକାଙ୍କ ଗେରୁଆ ବିକିନି ମଧ୍ୟ ଫାଇନାଲ କଟରେ ଫିଲ୍ମରୁ ଆଉଟ୍ ହେବ ବୋଲି ଶୁଣିବାକୁ ମିଳୁଛି । ମୁସଲିମ୍ କଠୋରପନ୍ଥୀଙ୍କୁ ସନ୍ତୁଷ୍ଟ କରିବାକୁ ଯଦି ପଠାନର ନାମ ବଦଳା ଯିବ ତେବେ ଗେରୁଆ ବିଗ୍ରେଡର ନିଆଁ ଲିଭାଇବାକୁ ଦୀପିକାଙ୍କ ବିବାଦୀୟ ବିକିନି ମଧ୍ୟ ଫିଲ୍ମରୁ ବାଦ ପଡିବାକୁ ଯାଉଛି । ଏସବୁ ପାଇଁ ଫିଲ୍ମର ରିଲିଜ୍ ଡେଟ୍ ଘୁଞ୍ଚିବାକୁ ଯାଉଛି ବୋଲି କୁହାଯାଉଛି ।

ଫିଲ୍ମ ‘ପଠାନର ରିଲିଜ ହୋଇଥିବା ବେସରମ ଗୀତରେ ଦୀପିକାଙ୍କ ଗେରୁଆ ରଙ୍ଗର ବିକିନି କଷ୍ଟ୍ୟୁମକୁ ଦେଖି ଉତ୍ୟକ୍ତ ହୋଇପଡିଥିଲେ ହିନ୍ଦୁବାଦୀ । ଦୀପିକା ଗୀତରେ ଗେରୁଆ ବିକିନି ପିନ୍ଧି ନାଚିବା ହିନ୍ଦୁଧର୍ମ ପ୍ରତି ଅପମାନ ବୋଲି ଅଭିଯୋଗ ଆଣି ହଙ୍ଗାମା କରିଛନ୍ତି ବିରୋଧୀ । ଏସବୁ ବିବାଦ ଭିତରେ ଫିଲ୍ମର ରିଲିଜ ସ୍ଥଗିତ କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି । ଜାନୁଆରୀ ୨୫ରେ କିଙ୍ଗ ଖାନଙ୍କର ଏହି ବିବାଦୀୟ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏମିତିରେ ୟଶରାଜ ବ୍ୟାନରରେ ନିର୍ମିତ ପଠାନ ଫିଲ୍ମର ବର୍ତ୍ତମାନ ୨ଟି ଗୀତ ରିଲିଜ ହୋଇସାରିଛି ।

ନିଜକୁ ଚଳଚିତ୍ର କ୍ରିଟିକ୍ ବୋଲାଉଥିବା କମଲ ଆର ଖାନ ଏ ବାବଦରେ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି  ଯେ, ପଠାନରେ ଦୀପିକାଙ୍କ ଗେରୁଆ ବିକିନି  ସହ ଫିଳ୍ମର ଟାଇଟଲ ମଧ୍ୟ ଖୁବ ଶୀଘ୍ର ବଦଳି ଯାଇପାରେ । ଫିଲ୍ମ ନିର୍ମାତାମାନେ ୨ ଦିନ ମଧ୍ୟରେ ଘୋଷଣା କରିପାରନ୍ତି ବୋଲି ସେ ଦାବି କରିଛନ୍ତି । ଆହୁରି ମଧ୍ୟ  ନିର୍ମାତା ଫିଲ୍ମର ରିଲିଜ ଡେଟକୁ ଘୁଂଚାଇପାରନ୍ତି  ବୋଲି କେଆରକେ କହିଛନ୍ତି।

କମଲ ଆର ଖାନ୍ ସଦାବେଳେ ବଲିଉଡ ସେଲିବ୍ରେଟିଙ୍କୁ ଟ୍ରୋଲ କରିବାର କୌଣସି ମୌକା ଛାଡି ନଥାନ୍ତି । ଏମିତିରେ ଏହାର ସତ୍ୟତା ଅନୁଯାୟୀ ଫିଲ୍ମ ରିଲିଜ ଡେଟ ଘୁଂଚିବାର କାରଣ ଦର୍ଶକଙ୍କ ଆକ୍ରୋଶ ନୁହେଁ ବରଂ ତାହାର ମୁଖ୍ୟ କାରଣ ରହିଛି କୋଭିଡ । ପୁଣି ଥରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବା ଆରମ୍ଭ କରିସାରିଲାଣି । କୁହାଯାଉଛି ଯଦି ସଂକ୍ରମଣ ମାମଲା ଅତ୍ୟଧିକ ବୃଦ୍ଧିପାଏ ତେବେ ଫିଲ୍ମର ରିଲିଜ ମଧ୍ୟ ବନ୍ଦ ହୋଇଯିବ ।