Market Live: ବଜେଟକୁ ବଜାରର ସ୍ୱାଗତ, ସେନସେକ୍ସରେ ୧୮୦୦ ପଏଣ୍ଟ୍ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ ଉପସ୍ଥାପନ କାଳରେ ବଜାରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଥିଲା । ଆଜି ସେନସେକ୍ସ ଓ ନିଫ୍ଟି ଉଭୟରେ ଭଲ ସେୟାର ବିକ୍ରୀ ହୋଇଛି । ସେନସେକ୍ସ ୧୮୩୮.୬୧ ପଏଣ୍ଟ୍ ବୃଦ୍ଧି ସହିତ ୪୮ ହଜାର ୧୨୪.୩୮ ପଏଣ୍ଟରେ କାରବାର କରୁଛି । ଏହାସହ ନିଫ୍ଟିରେ ୧୪୦୦ ଅଙ୍କ ବୃଦ୍ଧି ଘଟିଛି । କରୋନା ମହାମାରୀ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥାକୁ ପୁନଃ ଟ୍ରାକକୁ ଆଣିବା ପାଇଁ ଏହି ବଜେଟରେ ଯେଉଁ ବ୍ୟବସ୍ଥା ରହିଛି ତାକୁ ବଜାର ସ୍ୱାଗତ କରୁଥିବା ଲାଗୁଛି ।

ଅର୍ଥ ମନ୍ତ୍ରୀଙ୍କ ଦ୍ୱାର ବଜେଟ ଉପସ୍ଥାପିତ ହେବା ପରେ ନିବେଶକାରୀ ଜୋରଦାର ଢଙ୍ଗରେ କାରବାର କରିଥିଲେ । ବିଏସଇ ଲିଷ୍ଟେଡ୍ କମ୍ପାନୀର ମାର୍କେଟ୍ କ୍ୟାପ୍ ବଢିକରି ୧,୯୦,୩୫.୩୩୫.୮୯ କୋଟିରେ ପହଞ୍ଚିଛି । ଯେତେବେଳେକି ଶୁକ୍ରବାର ଦିନ ଏହା ୧,୮୬,୧୨,୬୪୪.୦୩ କୋଟି ଟଙ୍କା ଥିଲା । ଅର୍ଥାତ ନିବେଶକଙ୍କ ଟଙ୍କା ମାତ୍ର କେଇ ଗଣ୍ଟା ମଧ୍ୟରେ ୪ ଲକ୍ଷ କୋଟିରୁ ଅଧିକ ହୋଇଥିଲା ।

୧.୩୦ ବଜେଟ୍ ଭାଷଣ ପରେ ଉଡିଲା ବଜାର ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣ ପରେ ବଜାର ଜୋରଦାର ଢଙ୍ଗରେ ଉପରକୁ ଉଠିଥିଲା । ସେନସେକ୍ସରେ ୧୮୩୮.୬୧ ଅଙ୍କର ବୃଦ୍ଧି ସହିତ ଏହା ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୪୮ ହଜାର ୧୨୪ ସ୍ତରରେ କାରବାର କରୁଥିଲା । ଏହା ସହିତ ନିଫ୍ଟି ଇଣ୍ଡେକ୍ସରେ ୯ ଏପ୍ରିଲ ୨୦୨୦ ପରେ ଦ୍ରୁତ ଗତି ଦେଖିବାକୁ ମିଳିଥିଲା । ନିଫ୍ଟି ଇଣ୍ଡେକ୍ସ ୪୦୩ ଅଙ୍କ ବଢିକରି ୧୪ ହଜରା ପଏଣ୍ଟ୍ ପାର କରିଥିଲା । ରିପୋର୍ଟ ଲେଖାଯିବା ବେଳକୁ ନିଫ୍ଟି ୧୪ ହଜାର ୩୮ରେ କାରବାର କରୁଥିଲା ।

Leave a Reply