ସ୍ମାର୍ଟ ନଗରରେ ସ୍ମାର୍ଟ ମର୍ଡର, ସରକାର ନିଦ୍ରାରେ : ଅରୁଣ ସାହୁ

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ହୋଲିରେ ଶାନ୍ତି ଶୃଙ୍ଖଳା ରଖିବେ ବୋଲି ସରକାର ବହୁତ ନାରାବାଜି କରିଥିଲେ । ରାଜ୍ୟରେ ବିଭିନ୍ନ ସ୍ଥାନରେ ପାଞ୍ଚଟି ହତ୍ୟାକାଣ୍ଡ ସହ ଏକାଧିକ ହିଂସାକାଣ୍ଡରେ ଲୋକେ ଆହତ ହୋଇଛନ୍ତି । ମହାନଗର ନିଗମରେ ମହା ମର୍ଡର ଓ ସ୍ମାର୍ଟ ନଗରରେ ସ୍ମାର୍ଟ ମର୍ଡର ହୋଇଛି । ସରକାର ନିଦ୍ରାରେ ଅଛନ୍ତି । ଶତାଧିକ ହତ୍ୟାକାଣ୍ଡ ଏହି ୯ ମାସରେ ଘଟିଗଲାଣି ।

ଏହା ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଇଛି । ସରକାର ଦୁର୍ବଳତାକୁ ଜାଣି ଅପରାଧୀ ଏହି ସରକାର ସମୟରେ ଅପରାଧ ଘଟାଉଛନ୍ତି । ହୋଲିକୁ ଅପରାଧରେ ଅପବିତ୍ର କରିଛନ୍ତି ସରକାର । ବିଧାନସଭା ଓ ଗୃହ ବାହାରେ ଆଇନ ଶୃଙ୍ଖଳା କଥା ସବୁବେଳେ ଉଠୁଛି । ଶକ୍ତ ହୁଅନ୍ତୁ ସରକାର ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।