ଆମ ଆଦମି ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ଦିଲ୍ଲୀ : ଆମ ଆଦମି ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ବଢିଲା ଅଡୁଆ  । ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି  । ଫଳରେ ମନୀଶ ସିସୋଦିଆଙ୍କୁ ଆହୁରି ୬ ମାସ ଜେଲରେ ରହିବାକୁ ପଡିବ  । ଦିଲ୍ଲୀ ମଦ ନୀତି ମାମଲାରେ ସୁପ୍ରମକୋର୍ଟ ମନୀଶଙ୍କୁ ଜାମିନ ଦେବାକୁ ମନା କରିଛନ୍ତି  । ମଦ ନୀତି ମାମଲାରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ନେଇ ମାମଲା ରହିଛି। ଆସନ୍ତା ୬ରୁ ୮ ମାସ ମଧ୍ୟରେ  ମାମଲାର ଶୁଣାଣି ଶେଷ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ  । ଦିଲ୍ଲୀ ମଦ ନୀତି ଭ୍ରଷ୍ଟାଚାର ମାମଲାରେ ୩୩୮ କୋଟି ହେରଫେର ହୋଇଥିବା ଅଭିଯୋଗ ପ୍ରମାଣିତ ହେଉଛି ।

ଆସନ୍ତା ୬ରୁ ୮ ମାସ ମଧ୍ୟରେ ମାମଲାର ଶୁଣାଣି ଶେଷ ନହେଲେ ସିସୋଦିଆ ପୁଣିଥରେ ଜାମିନ ପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ କୋର୍ଟରେ ପଚରାଯାଇଥିବା ସମସ୍ତ ପ୍ରଶ୍ନର ପର୍ଯ୍ୟାପ୍ତ ଉତ୍ତର ରଖି ପାରିନାହାନ୍ତି ବୋଲି ମଧ୍ୟ କହିଛନ୍ତି ସୁପ୍ରିମକୋର୍ଟ  ।