ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ

1 min read

ଭୁବନେଶ୍ବର: ରାଜଧାନୀରେ ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ମିଳିଛି । ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ । ମୃତକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରା । ଭୁବନେଶ୍ୱର କୋର୍ଟ ପଛପଟେ ଥିବା ହରିହର ବିଦ୍ୟାପୀଠ ନିକଟ ଏକ ଭଡ଼ାଘରୁ ଝୁଲନ୍ତା ମୃତଦେହ ମିଳିଛି । ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ିନଥିବା ବେଳେ, ବଡ଼ଗଡ଼ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ  । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ।ସରୋଜିନୀ ରାଜ୍ୟସ୍ତରୀୟ ବକ୍ସିଂ ଓ ଖୋଖୋ ଖେଳାଳି ଥିଲେ I କଟକ ରୋଡ୍‌ରେ ଏକ ବାଇକ୍ ସୋ-ରୁମ୍‌ରେ ଚାକିରି କରୁଥିଲେ ସରୋଜିନୀ ।