ପାରାଦୀପରୁ ଗୁପ୍ତଚର ପାରା ଉଦ୍ଧାର ଘଟଣା, DRDOକୁ ପଠାଯିବ ଜବତ ହୋଇଥିବା ଡିଭାଇସ

1 min read

କଟକ: ପାରାଦ୍ୱୀପରୁ ଗୁପ୍ତଚର ପାରା ଉଦ୍ଧାର ହେବା ଘଟଣା । DRDO ଯିବ ପାରା ଠାରୁ ଜବତ ହୋଇଥିବା ଡିଭାଇସ । SFSL ଯାଞ୍ଚରେ ଅଧିକ ତଥ୍ୟ ନମିଳିବାରୁ DRDOରେ ଯାଞ୍ଚ ପାଇଁ ପଠାଯିବ ପାରାର ଗୋଡ଼ରେ ଲାଗିଥିବା ସୋଲାର ପ୍ୟାନେଲ୍ ଓ ଟ୍ରାନ୍ସମିଟର୍ । ଏବେ କଟକ ପାରା ତାଲିମ କେନ୍ଦ୍ରରେ ଅଛି ଗୁପ୍ତଚର ପାରା । ପାରାର ଡେଣାରେ ଚାଇନିଜ ଭାଷାରେ ଲେଖାଥିବା ସ୍ପଷ୍ଟ ହୋଇଥିଲା ।

ସାରଥୀ ଟ୍ରଲରୁ ଗତ ୬ ତାରିଖରେ ଠାବ ହୋଇଥିଲା ଗୁପ୍ତଚର ପାରା । ଟ୍ରଲର କର୍ମଚାରୀ ପାରାକୁ ସାମୁଦ୍ରିକ ଥାନାରେ ଜିମା ଦେବା ପରେ ଗୁରୁବାର ଏଡିଜି କମ୍ୟୁନିକେସନଙ୍କ ଅଧୀନରେ ଥିବା ପାରା ସେବା କେନ୍ଦ୍ରର ଏକ ଟିମ୍ ସହିତ ସାମୁଦ୍ରିକ ଥାନା ଏହି ପାରାକୁ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିକୁ ନେଇଥଲେ ।