spot_img

Latest Posts

ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଖବର ଶୁଣି ଶୁଟିଂ ଅଧାରୁ ଛାଡି ଚାଲିଗଲେ ଶେହନାଜ ଗିଲ୍

ମୁମ୍ବାଇ: ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବରରେ ଟିଭି ଓ ଫିଲ୍ମ ଜଗତରେ ଶୋକ ଛାଇ ରହିଛି। ଗୁରୁବାର ସକାଳେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ୪୦ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପରିବାର, ସମ୍ପର୍କୀୟ, ବନ୍ଧୁ, ସେଲିବ୍ରିଟି, ପ୍ରଶଂସକ ସମସ୍ତଙ୍କୁ ଚକିତ କରିଦେଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ନିକଟ ବନ୍ଧୁ ଶେହନାଜ ଗିଲ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି। ସେ ଆଜି ଏକ ଶୁଟିଂରେ ବ୍ୟସ୍ତ ଥିଲେ। କିନ୍ତୁ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ଶୁଟିଂ ଅଧାରୁ ଛାଡି ସିଦ୍ଧାର୍ଥଙ୍କ ଘରକୁ ଯାଇଥିଲେ। ଅଭିନେତ୍ରୀ ରଶ୍ମି ଦେଶାଇଙ୍କ ଅବସ୍ଥା ମଧ୍ୟ ଶେହନାଜଙ୍କ ଭଳି। ସିଦ୍ଧାର୍ଥଙ୍କ ଅଚାନକ ମୃତ୍ୟୁ ଖବର କାହା ବି ବିଶ୍ଵାସଯୋଗ୍ୟ ନୁହେଁ।

ସୂଚନା ଅନୁଯାୟୀ, କୂପର ହସ୍ପିଟାଲ ଡାକ୍ତର ନିରଞ୍ଜନ ସକାଳ ସାଢେ ୧୦ଟା ସମୟରେ ସିଦ୍ଧାର୍ଥଙ୍କୁ ମୃତ ଘୋଷିତ କରିଥିଲେ। ଏହି ଖବର ଶେହନାଜ ଜାଣିବା ପରେ ନିଜର ହୋସ ହରାଇ ବସିଥିଲେ ଓ ଶୁଟିଂ ଅଧାରୁ ଛାଡି ସିଦ୍ଧାର୍ଥଙ୍କ ଘରକୁ ଯାଇଥିଲେ।

ଦିନେ ସିଦ୍ଧାର୍ଥଙ୍କ ଅତି ନିକଟ ଥିବା ରଶ୍ମି ଦେଶାଇଙ୍କ ପାଇଁ ମଧ୍ୟ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ମର୍ମାହତ ଥିଲା। ଅଭିନେତ୍ରୀ ରଶ୍ମି ଦେଶାଇଙ୍କ ଅବସ୍ଥା ଭଲ ନାହିଁ। ରଶ୍ମି ଓ ସିଦ୍ଧାର୍ଥ ଧାରାବାହିକ ‘ଦିଲ ସେ ଦିଲ ତକ’ରେ ସ୍ୱାମୀ-ସ୍ତ୍ରୀ ଚରିତ୍ରରେ ନଜର ଆସିଥିଲେ। ଅନେକ ସେଲିବ୍ରିଟି ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।

Latest Posts

Don't Miss