ବାଲାଂଦେଶରେ ଭାରତୀୟ ହାଇକମିଶନଙ୍କୁ ନୋଟିସ୍,ଅଗରତାଲା ମାମଲାକୁ ନେଇ କନସ୍ୟୁଲାର ସର୍ଭିସ୍ କଲେ ରଦ୍ଦ
ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଚାଲିଛି ଅକଥନୀୟ ଅତ୍ୟାଚାର । ଏହାରି ମଧ୍ୟରେ ତ୍ରିପୁରାର ରାଜଧାନୀ ଅଗରତାଲାରେ ଥିବା ବାଲାଂଦେଶର ଉଚ୍ଚ ଆୟୋଗରେ ହୋଇଥିବା ଗୁଣ୍ଡାରାଜରେ ୭ ଜଣଙ୍କୁ ଗିରଫ କରାଯାଇଛି । ଏବଂ କ୍ୟାମ୍ପସରେ ଅନୁପ୍ରବେଶ ମାମଲାରେ ୪ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେପଟେ ବାଲାଂଦେଶରେ ଥିବା ଭାରତୀୟ ହାଇ କମିଶନଙ୍କୁ ଡକାଯାଇ ଏହି ଘଟଣା ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଇଛି । ଏହା ସହିତ ଅଗରତାଲାରେ ବାଲାଂଦେଶ ନିଜର କାଉନସିଲର୍ ସର୍ଭିସ୍ ବନ୍ଦ କରିଦେଇଛି ।
ଆଜି ଅଗରତାଲାରେ ଥିବା ବାଲାଂଦେଶର ସହାୟକ ଉଚ୍ଚ ଆୟୋଗରେ କିଛି ଲୋକ ଅତର୍କିତ ଭାବରେ ପଶି ଭଙ୍ଗାରୁଜା କରିବା ସହ ହଙ୍ଗାମା କରିଛନ୍ତି । ଏହି ଘଟଣା ପରେ ଭାରତର ବୈଦେଶିକ ମନ୍ତ୍ରାଳୟ ଦୃଢ ନିନ୍ଦା କରିବା ସହ ଦୋଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦେଇଛି । ଏହି ଘଟଣା ଉପରେ ପଶ୍ଚିମ ତ୍ରିପୁରାର ଏସିପି କିରଣ କୁମାର ଏକ ନ୍ୟୁଜ୍ ଚାନେଲକୁ କହିଛନ୍ତି ଯେ , ଡ୍ୟୁଟି ସମୟରେ ଅବହେଳା କାରଣରୁ ପୋଲିସ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଣାକୁ ନେଇ ନ୍ୟୁ କ୍ୟାପିଟାଲ୍ କମ୍ପ୍ଲେକ୍ସ ପୋଲିସ ଷ୍ଟେସନ ନିଜେ ଏହାର ଦାୟିତ୍ବ ନେଇ ମାମଲା ରୁଜୁ କରିଛି । ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଏପର୍ଯ୍ୟନ୍ତ ୭ଜଣଙ୍କୁ ଗିରଫ କରାଯାଇଛି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି । ଘଟଣା ପରେ ବାଲାଂଦେଶ ଦୂତାବାସରେ ସୁରକ୍ଷା ବଢାଇଦିଆଯାଇଛି । ତ୍ରିପୁରାର ଷ୍ଟେଟ୍ ଯଓ୍ବାନଙ୍କୁ ନିୟୋଜିତ କରାଯାଇଛି । ସୋମବାର ହିନ୍ଦୁ ସଂଘର୍ଷ ସମିତିର କାର୍ଯ୍ୟକର୍ତ୍ତା ହିନ୍ଦୁ ନେତା ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀ ଏବଂ ବାଲାଂଦେଶରେ ସଂଖ୍ଯାଲଘୁଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ବିରୋଧ କରୁଥିବା ବେଳେ ଏହି ଘଟଣା ଘଟିଛି ।
ଘଟଣାର ନିନ୍ଦା କରି ମୁଖ୍ୟମନ୍ତ୍ରୀ ମାଣିକ ଶାହା କହିଛନ୍ତି ଯେ , ବିରୋଧ ରାଲିରେ କିଛି ଯୁବକ ଅଗରତାଲାରେ ବାଲାଂଦେଶର ଆସିଷ୍ଟାଣ୍ଡ ହାଇକମିଶନଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଯାହାକୁ ମୁଁ ଦୃଢ ନିନ୍ଦା କରୁଛି । ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନକୁ ଅନୁମତି ଦିଆଯାଇପାରେ । କିନ୍ତୁ ଏହି ପରି ବ୍ୟବହାରକୁ ମୁଁ ଦୃଢ ନିନ୍ଦା କରୁଛି ।ବାଲାଂଦେଶର ବୈଦେଶିକ ମନ୍ତ୍ରାଳୟ ଢାକାରେ ଥିବା ଭାରତୀୟ ଆସିଷ୍ଟାଣ୍ଡ ହାଇକମିଶନ ପ୍ରଣବ ବର୍ମାଙ୍କୁ ଡକାଇଛନ୍ତି । ସେପଟେ ଦିଲ୍ଲୀରେ ଥିବା ବାଲାଂଦେଶର ଉଚ୍ଚ ଆୟୋଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଚାଣକ୍ୟପୁରୀରେ ଥିବା ବାଲାଂଦେଶ ଉଚ୍ଚ ଆୟୋଗରେ ସୁରକ୍ଷା ବଢାଇଦିଆଯାଇଛି । ଜଣେ ବରିଷ୍ଠ ପୋଲିସ୍ ଅଧିକାରୀ କହିଛନ୍ତି ଯେ , ସୁରକ୍ଷା ବଢାଇଦିଆଯାଇଛି । ଏବଂ ଆୟୋଗର ଚାରିପାଖେ ଅତିରିକ୍ତ ପୋଲିସ୍ କର୍ମଚାରୀ ନିୟୋଜିତ ହୋଇଛନ୍ତି ।
ତେବେ ବାଲାଂଦେଶର ଅନ୍ତରୀଣ ସରକାରଙ୍କର ଏକ ପରାମର୍ଶଦାତା ଟିମ୍ ଏହି ଘଟଣା ଉପରେ କହିଛନ୍ତି ଯେ, ଆମେ ସମାନତା ଏବଂ ପାରସ୍ପାରିକ ସମ୍ମାନ ଉପରେ ଆଧାରିତ ଥିବା ବନ୍ଧୁତାରେ ବିଶ୍ବାସ କରୁ । ଯେତେବେଳେ ବାଲାଂଦେଶରେ ଶେଖ ହସିନାଙ୍କ ସରକାର ବିନା ନିର୍ବାଚନ ଲଢି କ୍ଷମତା ରହିବାକୁ ଭାରତ ସମର୍ଥନ ଜଣାଇଥିଲା । ଭାରତକୁ ଏହା ମଧ୍ୟ ବୁଝିବା ଦରକାର ଯେ , ଏହା ଶେଖ ହସିନାଙ୍କ ବାଲାଂଦେଶ ନୁହେଁ ।