ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍: ନିଷ୍ପତ୍ତି ନେଇ ନାହାନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ନିଷ୍ପତ୍ତି ନେଇନାହାନ୍ତି ରାଜ୍ୟ ସରକାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହାକୁ ଲାଗୁ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପରିବହନ କମିଶନର ଅରୁଣ ବୋଥ୍ରା । ଏଯାଏ ପ୍ରାୟ 26ଟି ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନିୟମ ଲାଗୁହୋଇଛି । ଅନ୍ୟପଟେ ସ୍ଲଟ ବୁକିଂ ସମସ୍ୟା ସମ୍ପର୍କରେ ମଧ୍ୟ ମତ ରଖିଛନ୍ତି ପରିବହନ କମିଶନର ।

ଗତକାଲି ସୁଦ୍ଧା 19 ଲକ୍ଷ ଲୋକ ବୁକିଂ କରିଛନ୍ତି । ମୋଟ 40 ଲକ୍ଷ ଗାଡି ପାଇଁ ସ୍ଲଟ ବୁକ ହେବ । ଯଦି କୋର୍ଟ ନିର୍ଦ୍ଦେଶ ଦେବେ ତେବେ ଡେଡ ଲାଇନ ବଢାଇବା ନିଷ୍ପତ୍ତି ନିଆଯିବ । ନମ୍ବର ପ୍ଲେଟର କ୍ୱାଲିଟି ସମ୍ପର୍କରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଯଦି କେହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପରବହନ ବିଭାଗକୁ ଜଣାନ୍ତୁ ବୋଲି କହିଛନ୍ତି ପରିବହନ କମିଶନର ।