ଏକକ ଡ୍ରେସ କୋଡ ପ୍ରସଙ୍ଗ: ଜନସ୍ବାର୍ଥ ମାମଲାକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଞ୍ଜିକୃତ ଶିକ୍ଷାନୁଷ୍ଠାନର କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସକାଶେ ଏକକ ଡ୍ରେସ କୋଡ ଲାଗୁ ପ୍ରସଙ୍ଗ । ଏନେଇ ହୋଇଥିବା ଏକ ଜନସ୍ବାର୍ଥ ମାମଲାକୁ ଗ୍ରହଣ କରିବାକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ । ଏକକ ଡ୍ରେସ କୋଡ ଲାଗି କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେବା ଲାଗି ମାମଲାରେ ଆବେଦନ କରାଯାଇଥିଲା । ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗତ ମାମଲାକୁ ଖାରଜ କରିଛନ୍ତି ।

ଧର୍ମଗତ ସମାନତା ପ୍ରତିଷ୍ଠା, ଜାତୀୟ ସଂହତି ଓ ଭାତୃତ୍ବଭାବ ନିମନ୍ତେ ମାମଲାରେ କମନ ଡ୍ରେସ କୋଡ ଲାଗି ଆବେଦନ କରାଯାଇଥିଲା । ପିଟିସନରକାରୀଙ୍କ ପକ୍ଷରୁ ମାମଲା ଲଢୁଥିଲେ ବରିଷ୍ଠ ଆଇନଜୀବୀ ଗୌରବ ଭାଟିଆ । କର୍ଣ୍ଣାଟକରେ ହିଜାବ ବିବାଦ ଚାଲିଥିବାବେଳେ ଏହି ମାମଲା ଗୁରୁତ୍ୱ ବହନ କରୁଥିଲା ।