ମୁଖ୍ୟମନ୍ତ୍ରୀମାନେ ପୁରୁଣା କାଳର ରାଜା ନୁହନ୍ତି, ପୁଷ୍କର ସିଂ ଧାମିଙ୍କୁ ସୁପ୍ରିମକୋର୍ଟର ସମାଲୋଚନା

1 min read

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀମାନେ ପୁରୁଣା କାଳର ରାଜା ନୁହଁନ୍ତି । ଆମେ ସେହି ପୁରୁଣା ସାମନ୍ତବାଦୀ ବ୍ୟବସ୍ଥା ମଧ୍ୟରେ ନାହୁଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଏକପାଖିଆ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି କୋର୍ଟ । ରାଜାଜୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଜଣେ ବିବାଦୀୟ ଆଇଏଫଏସ ଅଫିସରଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ବିରୋଧରେ ଏହା କହିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଓ ଅନ୍ୟମାନଙ୍କ ମତାମତକୁ ଏଡାଇ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ କୋର୍ଟ ସମାଲୋଚନା କରିଛନ୍ତି । ଜଷ୍ଟିସ ବି.ଆର. ଗଭାଇ, ପି.କେ. ମିଶ୍ର ଓ କେ. ଭି ବିଶ୍ବନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ତେବେ ମାମଲାର ଶୁଣାଣି ବେଳେ ରାଜ୍ୟ ସରକାର କହିଛନ୍ତି- ଗତ ସେପ୍ଟେମ୍ବର ୩ରେ ଆଇଏଫଏସ ଅଫିସରଙ୍କ ନିଯୁକ୍ତି ନିର୍ଦ୍ଦେଶନାମାକୁ ପ୍ରତ୍ଯାହାର କରିନିଆଯାଇଛି । ବିଭାଗୀୟ ପ୍ରୋସିଡିଂ ପଡିରହିଥିବା ସତ୍ତ୍ବେ ସେହି ବିବାଦୀୟ ଅଧିକାରୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀ କାହିଁକି ସ୍ବତନ୍ତ୍ର ଅନୁଗ୍ରହ ଦେଖାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ବରିଷ୍ଠ ଆଇଏଫଏସ ଅଧିକାରୀ ରାହୁଲଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପଡିରହିଛି । ସେପଟେ ରାଜ୍ୟ ସରକାରଙ୍କ ପ୍ରତିନିଧିତ୍ବ କରୁଥିବା ଆଇନଜୀବୀ ଏଏନଏସ ଅଧିକାରୀ ନାଦକର୍ଣ୍ଣି କହିଛନ୍ତି- ଆଇଏଫଏସ ଅଧିକାରୀଙ୍କୁ କରାଯାଉଛି ଟାର୍ଗେଟ । ରାହୁଲ ପୂର୍ବରୁ କର୍ବେଟ ଟାଇଗର ରିଜର୍ଭର ପୂର୍ବତନ ନିର୍ଦ୍ଦେଶକ ଥିଲେ ।