SBI ଜାରି କଲା ନୂଆ ଟୋଲ ଫ୍ରି ନମ୍ବର, ମିଳିବ ଏସବୁ ଫାଇଦା

1 min read

ନୂଆଦିଲ୍ଲୀ: ନୂଆ ଟୋଲ୍ ଫ୍ରି ନମ୍ବର ଜାରି କଲା ଏସବିଆଇ । କୋଟିକୋଟି ଗ୍ରାହକଙ୍କୁ ମିଳିବ ବଡ ଫାଇଦା । ବର୍ତ୍ତମାନ ଗୋଟିଏ କଲରେ ଆପଣ ପାଇପାରିବେ ବ୍ୟାଙ୍କିଂ ସୁବିଧା । ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି  ଏସବିଆଇ ଏହି ନୂଆ ନମ୍ବର ଗୁଡିକ ଜାରି କରିଛି । ଯାହାଦ୍ୱାରା ଗ୍ରାହକ ଉତ୍ତମ ସେବା ପାଇପାରିବେ । ଏନେଇ ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ଟୁଇଟ୍ କରି ସୂଚନା ଦେଇଛି । ଏସବିଆଇ ଏହାର ଅଫିସିଆଲ ଟ୍ୱିଟରେ ଲେଖିଛି ଯେ, ଗ୍ରାହକଙ୍କ ପାଇଁ ସହଜ ନମ୍ବର ଜାରି କରାଯାଇଛି । ଯାହା ଅଧୀନରେ ଆପଣ ଘରେ ବସି ବ୍ୟାଙ୍କର ସମସ୍ତ ସୁବିଧା ସୁଯୋଗ ନେଇପାରିବେ । ବ୍ୟାଙ୍କ ଦ୍ୱାରା ୧୮୦୦୧୨୩୪ ଏବଂ ୧୮୦୦୨୧୦୦ ନମ୍ବରକୁ ଜାରି କରାଯାଇଛି । ଏହି ନମ୍ବରକୁ ଆପଣ କଲ କରି ବ୍ୟାଙ୍କର ଅନେକ ବିଶେଷ ସୁବିଧା ସୁଯୋଗ ବିଷୟରେ ଜାଣିପାରିବେ । ଏହାସହିତ ଏସିବିଆଇ କହିଛି ଯେ, ବର୍ତ୍ତମାନ ଆପଣ ଗୋଟିଏ କଲରେ ସମସ୍ତ ସମସ୍ୟାକୁ ଦୂର କରିପାରିବେ । ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ଶାଖା ଯିବାକୁ ପଡିବ ନାହିଁ । ତେବେ ଏସବିଆଇ ଦ୍ୱାରା ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବର ଦ୍ୱାରା ମିଳିବାକୁ ଥିବା ସୁବିଧା ବିଷୟରେ ଆସନ୍ତୁ ଜାଣିନେବା :

  • ଗ୍ରାହକ, ଖାତା ବାଲାନ୍ସ ଚେକ୍ କରିପାରିବେ
  • ଏଟିଏମ୍ କାର୍ଡକୁ ବ୍ଲକ କରିପାରିବେ
  • ନୂଆ ଏଟିଏମ କାର୍ଡ ପାଇଁ ଅନୁରୋଧ କରିପାରିବେ
  • ଶେଷ ୫ଟି କାରବାର ବିଷୟରେ ତଥ୍ୟ ନେଇପାରିବେ
  • TDS ବିବରଣୀର ତଥ୍ୟ ପାଇପାରିବା

ଷ୍ଟେଟବ୍ୟାଙ୍କ ଏହି ନମ୍ବରଟି ଜାରି କରିଥିବା ଫଳରେ ଗ୍ରାହକ ମାନେ ସୁବିଧାରେ ଛୁଟିଦିନରେ ମଧ୍ୟ ବ୍ୟାଙ୍କିଂ ସୁବିଧା ପାଇ ପାରିବେ । ଏହି ସୁବିଧାଟି ୨୪ ଘଣ୍ଟା  ଉପଲବ୍ଧ ଥିବାରୁ ଗ୍ରାହକମାନେ ସବୁ ସମୟରେ ଏହାର ଫାଇଦା ଉଠାଇପାରିବେ ।