ସୌରଭ ଗାଙ୍ଗୁଲିଙ୍କ ଏଞ୍ଜିଓପ୍ଲାଷ୍ଟି ସଫଳ,ହସ୍ପିଟାଲ ଜାରି କଲା ଅପଡେଟ୍

କୋଲକତା: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଏଞ୍ଜିଓପ୍ଲାଷ୍ଟି ସଫଳ ହୋଇଛି। ଏନେଇ ହସ୍ପିଟାଲ ପକ୍ଷରୁ ଅପଡେଟ୍ ଜାରି କରାଯାଇଛି । ସୂଚନାଯୋଗ୍ୟ ଯେ, ଆଜି ସକାଳରେ ଅଚାନକ ସୌରଭଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା। ରିପୋର୍ଟ ଅନୁସାରେ ସୌରଭ ଜିମରେ ୱାର୍କଆଉଟ୍ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ତୁରନ୍ତ ବୁଡଲ୍ୟାଣ୍ଡସ ହସ୍ପିଟାଲକୁ ନିଆଯାଇଥିଲା ।

ହସ୍ପିଟାଲରେ ତାଙ୍କର ଏଞ୍ଜିଓପ୍ଲାଷ୍ଟି ପରେ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି ଯେ, ୪୮ ବର୍ଷୀୟ ସୌରଭଙ୍କ ଅବସ୍ଥା ଏବେ ସ୍ଥିର ଅଛି । ଏଞ୍ଜିଓପ୍ଲାଷ୍ଟି ପରେ ତାଙ୍କ ଧମନୀରେ ଷ୍ଟଣ୍ଟ୍ ଲଗାଯାଇଛି। ଭଗବାନଙ୍କ କୃପାରୁ ସୌରଭ ଏବେ ସୁସ୍ଥ ଅଛନ୍ତି ।

ଏହାପୂର୍ବରୁ ସୌରଭଙ୍କର କାର୍ଡିଆଟିକ୍ ଆରେଷ୍ଟ୍ ହୋଇଥିଲା ବୋଲି ଡାକ୍ତର କହିଥିଲେ। ଘରେ ଟ୍ରେଡ୍ ମିଲରେ ଚାଲୁଥିବା ବେଳେ ସୌରଭ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଦି’ପହରରେ ତାଙ୍କୁ ହସ୍ପିଟାଲକୁ ଅଣାଯିବା ବେଳେ ତାଙ୍କ ପଲସ ରେଟ୍ ପ୍ରତି ମିନଟ ୭୦ ଥିଲା । ବିପି୧୩୦/୮୦ ମିମି ଏଚଜି ଥିଲା । ଇସିଜି ଓ ଇକୋ ରିପୋର୍ଟ ପରେ ତାଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଇଥିଲା।

Leave a Reply